ବିହାରର ମୁଖ୍ୟମନ୍ତ୍ରୀଙ୍କୁ ଧମକ ଦେଇ ବନ୍ଧା ହେଲା ଯୁବକ

ନୂଆଦିଲ୍ଲୀ: ବିହାରର ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ବ୍ୟକ୍ତିଙ୍କୁ ସୁରଟରୁ ଗିରଫ କଲା ପୁଲିସ। ଗୁପ୍ତ ସୂଚନା ମିଳିବା ପରେ ବିହାର ପୋଲିସ ସୁରଟ କ୍ରାଇମ ବ୍ରାଞ୍ଚଠାରୁ ସାହାଯ୍ୟ ମାଗିଥିଲା। କ୍ରାଇମ ବ୍ରାଞ୍ଚ ଲସ୍କାନାରୁ ଯୁବକଙ୍କୁ ଧରି ବିହାର ପୋଲିସକୁ ହସ୍ତାନ୍ତର କରିଛି। ଏଥି ସହିତ ଅଭିଯୁକ୍ତଙ୍କୁ ଗଣମାଧ୍ୟମରୁ ଲୁଚାଇବାକୁ ମଧ୍ୟ ଉଦ୍ୟମ କରାଯାଇଥିଲା। ଅଭିଯୁକ୍ତଙ୍କୁ ବିହାର ପୋଲିସ ଗିରଫ କରିବା ମାତ୍ରେ ସେ ଗଣମାଧ୍ୟମକୁ ଦେଖି ଲୁଚୁଥିବା ଦେଖିବାକୁ ମିଳିଥ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଧମକ ଦେଇଥିବା ଅଭିଯୁକ୍ତଙ୍କ ନାମ ଅଙ୍କିତ ମିଶ୍ର,ହୋଇଥିବାବେଳେ ତାଙ୍କର ବୟସ ୨୮ ବର୍ଷ ବୋଲି କୁହାଯାଉଛି। ଏପର୍ୟ୍ୟନ୍ତ ଅନୁସନ୍ଧାନରୁ ଜଣାପଡିଛି ଯେ ଅଙ୍କିତ ମିଶ୍ର ୨୦ ମାର୍ଚ୍ଚରେ ଇଣ୍ଟରନେଟ ମାଧ୍ୟମରେ ଏକ ମିଡିଆ ଚ୍ୟାନେଲ ସହ ଯୋଗାଯୋଗ କରିଥିଲା। ଫୋନରେ ଅଭିଯୁକ୍ତମାନେ ୩୬ ଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ବୋମା ଫିଙ୍ଗିବାକୁ ଧମକ ଦେଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିହାର ପୋଲିସର ଟିମ୍ ଅଭିଯୁକ୍ତ ଅଙ୍କିତ ମିଶ୍ରଙ୍କ ସହ ସୁରଟ ଅଭିମୁଖେ ଆସୁଛନ୍ତି । ପୋଲିସ ଅଭିଯୁକ୍ତକୁ ପାଟନା ଜିଲ୍ଲାର ସଚିବାଳୟ ପୋଲିସ ଷ୍ଟେସନକୁ ଆଣିବ ଏବଂ ତଦନ୍ତ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିହାର ପୋଲିସକୁ ଧମକ ଦେବାର କାରଣ ଏପର୍ୟ୍ୟନ୍ତ ଜଣାପଡିନାହିଁ। କେଉଁ ଉଦ୍ଦେଶ୍ୟରେ ହତ୍ୟା ଧମକ ଦେଇଥିଲା ଅଭିଯୁକ୍ତଙ୍କୁ ଏନେଇ ପଚରାଉଚରା କରାଯିବ।