ମହାଶିବରାତ୍ରୀ ଜାଗର ଯାତ୍ରା ଅବସରରେ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠରେ ହଜାର ହଜାର ସଂଖ୍ୟାରେ ଭକ୍ତଙ୍କ ସମାଗମ
ରାୟଗଡା କଲ୍ୟାଣ ସିଂହପୁର (ସନ୍ତୋଷ କୁମାର ଲମତା ):-ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାଠାରେ ଅବସ୍ଥିତ ସର୍ବ ପୁରାତନ ପ୍ରସିଦ୍ଧ ଐତିହାସିକ ଦେବଗିରି ଶୈବ ପୀଠ ରେ ଆଜି ମହା ଶିବରାତ୍ରୀ ଜାଗର ଯାତ୍ରା ହେଉଥିବା ବେଳେ ଭକ୍ତ ମାନେ ନିଜ ନିଜ ମାନସିକ ପୂରଣ କରିବା ସହ ଯାତ୍ରା ଦେଖିବା ପାଇଁ ହଜାର ହଜାର ସଂଖ୍ୟାରେ ଦର୍ଶନ କରିବା ପାଇଁ ଆସିଥାନ୍ତି। ଏହି ଯାତ୍ରା ସାତ ଦିନ ଧରି ହୋଇଥାଏ ବିଭିନ୍ନ ପ୍ରକାରର ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକନୃତ୍ୟ ମୀନା ବଜାର ମଧ୍ୟ କମିଟି ପକ୍ଷରୁ କରାଯାଇ ଥାଏ ତାହା ସହିତ ଅର୍ଣ୍ଣ ପ୍ରସାଦ ଭୋଗ ମଧ୍ଯ ଆସିଥିବା ଭକ୍ତ ମାନଙ୍କୁ ଦୀୟାଯାଏ। ଏହି ପୁରାତନ ପ୍ରସିଦ୍ଧ ଐତିହାସିକ ପାହାଡ଼ରେ ପଞ୍ଚମୁଖୀ ସ୍ପଟିକ ନୀଳକଣ୍ଠେଶ୍ୱର ମନ୍ଦିର ଅବସ୍ଥିତ। ୫୪୫ ପାହାଚ ଅତିକ୍ରମ କରିବା ପରେ ପାହାଡ ଉପରେ ଗୁମ୍ଫା ଭିତରେ ଭୋଳାବାବାଙ୍କ ଲିଙ୍ଗ ଦର୍ଶନ କରିବା କୁ ମିଳେ ଯାହା କି ଜିଲ୍ଲା ର ସର୍ବ ଶ୍ରେଷ୍ଟ ଐତିହାସିକ ଶୈବ ପୀଠ ଭାବେ ପରିଚୟ।ଏହା କୁ ଦେଖିବା ପାଇଁ ଓଡିଶାର ବିଭିନ୍ନ ଅଞ୍ଚଳର କୋଣ ଅନୁକୋଣରୁ ପ୍ରବଳ ମାତ୍ରାରେ ଭକ୍ତମାନେ ଆସି ପାହାଡ଼ ଉପରକୁ ଖାଲି ପାଦ ରେ ପାହାଚ ଅତିକ୍ରମ କରି ଭୋଳାବାବାଙ୍କୁ ଦର୍ଶନ କରନ୍ତି।ଆଉ ପାହାଡ଼ ଉପରେ ଥିବା ଗୋଟିଏ ଉଣା କୋଟିଏ କୁଣ୍ଡ, ଧୋବାଧୋବୁଣି କୁଣ୍ଡର ମନଲୋଭ ଦୃଶ୍ୟ ଦେଖି ଆନନ୍ଦ ପାଇ ପାରନ୍ତି । ଯଦି ଆପଣ ମାନେକେବେ ଆସିବା କୁ ଚାହାନ୍ତି ତେବେ ରାୟଗଡା ରୁ ମାତ୍ର ୫୦କିଲୋମିଟର ଦୂର ରେ ଅବସ୍ଥିତ କଲ୍ୟାଣସିଂହପୁର ଆସି ଦେବଗିରି ଶୈବ ପୀଠ ଭୋଳାବାବାଙ୍କୁ ଦର୍ଶନ କରିପାରିବେ।