ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀ ମୃତ

ଢେଙ୍କାନାଳ : ଢେଙ୍କାନାଳ ବନଖଣ୍ଡ ମହାବୀର ରୋଡ଼ ରେଞ୍ଜ ଅନ୍ତର୍ଗତ ଡିହଡୋଳ ଫରେଷ୍ଟ ସେକ୍ସନ କଲଦା ଗ୍ରାମରେ ଆଜି ଭୋର ଏକ ଗୋଠ ଛଡା ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି । ମୃତ ଚାଷୀ ଜଣକ ହେଉଛନ୍ତି ସେହି ଗ୍ରାମର ରମେଶ ଚନ୍ଦ୍ର ସାହୁ ବୋଲି ସୂଚନା ମିଳିଛି । ତେବେ ସୂଚନା ମୁତାବକ ଆଜି ସକାଳେ ଭୋର ସେ ନିଜ ବାଇକ ରେ ପୋଖରୀ କୁ ମାଛ ଦାନା ନେଇ ଯାଉଥିବା ବେଳେ , କଲଦା ଆମ୍ବପଳାସ ଟାସିରି ରାସ୍ତା ରେ ଏକ ଗୋଠ ଛଡା ଦନ୍ତା ହାତୀ, ସାମ୍ନା ପଟୁ ଆସି ଶୁଣ୍ଢରେ କଚାଡି ଦେବା ସହ ଛାତିରେ ମଡ଼ା ପକାଇ ଦେଇଥିଲା । ଫଳରେ ତାଙ୍କ ମୁଣ୍ଡ ଓ ଛାତିରେ ଗଭୀର ଆଘାତ ଲାଗିଥିବା ବେଳେ, ପରିବାର ଲୋକ ଗୁରୁତର ଭାବେ ତାଙ୍କୁ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ତେବେ ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଂଚି ତଦନ୍ତ କରିଥିବା ବେଳେ, ଶବ ବ୍ୟବଛେଦ ରିପୋଟ ଆସିବା ପରେ ମୃତକଙ୍କ ପରିବାର ଙ୍କୁ କ୍ଷତିପୂରଣ ରାଶି ଦିଆଯିବ ବୋଲି କହିଛନ୍ତି । ସେପଟେ ଗୋଠ ଛଡା ଦନ୍ତା ହାତୀ ଅଂଚଳରେ ଆତଙ୍କିତ ଖେଳାଇ ଥିବା ବେଳେ, ବନ ବିଭାଗ ଉକ୍ତ ହାତୀ ଗତିପଥ ଉପରେ ନଜର ନ ରଖିବା ନେଇ , ଅଂଚଳବାସୀଙ୍କ ଅସନ୍ତୋଷ ଦେଖା ଦେଇଛି ।