ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ରାଇଘରଠାରେ ବିଦ୍ୟୁତ୍ ଆଘାତରେ ଜଣେ କାର୍ୟ୍ୟରତ ବିଏସଏଫ୍ ଯବାନ ଇସାକ୍ ହରିଜନଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଯବାନ ଗୁରୁତର ହୋଇ ରାଇଘର ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ୧୧ କେ.ଭି. ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ସମଗ୍ର କ୍ୟାମ୍ପ ଚାର୍ଜ ହୋଇଯାଇଥିଲା । ଯାହା ଫଳରେ ବିଦ୍ୟୁତ୍ ଆଘାତ ଲାଗି ଜିଲ୍ଲା ପୋଲିସର ଜଣେ କାର୍ୟ୍ୟରତ ଯବାନଙ୍କ ମୃତ୍ୟୁ ହୋଇଛି। ମୃତ ଯବାନ ଜଣକ ଇସାକ୍ ହରିଜନ ଏବଂ ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଜଟାବାଲ ବୋଲି ଜଣା ପଡିଛି । ତେବେ ଆହତ ଯବାନଙ୍କ ମଧ୍ୟରେ ଜଣେ ତାରାଗାଁ ଗ୍ରାମର ଟଙ୍କ ସୋରୀ ହୋଇଥିବା ବେଳେ ଅନ୍ୟ ଜଣେ ପାପଡାହାଣ୍ଡି ହିର୍ଲି ଗ୍ରାମର ଈଶ୍ବର ମାଝୀ ବୋଲି ଜଣାପଡିଛି । ଇସାକ୍ ହରିଜନଙ୍କ ଘର ନବରଙ୍ଗପୁର ଜିଲ୍ଲାର ଜଟାବାଲ ଗ୍ରାମରେ ବୋଲି ସୂଚନା ମିଳିଛି ।