ଆକାଶରେ ଉଠିଲା ଉଜ୍ଜ୍ୱଳ ଆଲୋକ

ବାଲେଶ୍ବର: ଉପକୂଳ ଆକାଶରେ ଉଜ୍ଜ୍ୱଳ ଆଲୋକ ଦେଖାଦେଇଛି । ପାଖାପାଖି ୨ ମିନିଟ୍ ଯାଏଁ ଦେଖା ଦେଇଥିଲା । ଆଜି ସଂଧ୍ୟାରେ ବାଲେଶ୍ବର ଉପକୂଳ ଆକାଶରେ ସାଧାରଣ ଲୋକେ ରାସ୍ତାରେ ଜିବା ଆସିବା କରୁଥିବା ବେଳେ ଦେଖିଥିଲେ । ଏବଂ ସଭିଏଁ ନିଜ ନିଜ ମୋବାଇଲରେ ମଧ୍ୟ ଦୃଶ୍ୟକୁ ରେକର୍ଡ କରିଥିଲେ । ତେବେ ଏହି ଆଲୋକ କ’ଣ, କାହିଁକି ହଟାତ ଏପରି ଦେଖାଦେଲା ସେନେଇ କିଛି ଅନୁମାନ କରି ପାରି ନଥିଲେ । ତେବେ କେହି କେହି ଏହାକୁ ମହାଜାଗତିକ ଦୃଶ୍ୟ ବୋଲି କହୁଛନ୍ତି । ସୂଚନା ଅନୂଯାୟୀ ଆଜି ଭଦ୍ରକ ଜିଲ୍ଲା ଅବ୍ଦୁଲ କଲାମ ଦ୍ବୀପରୁ ଅଗ୍ନି-୫ କ୍ଷେପଣାସ୍ତ୍ରର ପରୀକ୍ଷା କରାଯାଥିଲା । ସଂଧ୍ୟା ସମୟ ହୋଇଥିବାରୁ କ୍ଷେପଣାସ୍ତ୍ରରୁ ନିର୍ଗତ ଅଗ୍ନି ଆକାଶରେ ଦୃଶ୍ୟମାନ ହୋଇଥିଲା ବୋଲି ଲୋକମାନେ ଆଲୋଚନା କରୁଛନ୍ତି ।