ସମ୍ବଲପୁର: ସମ୍ବଲପୁରରେ ଲଜ୍ଜା । ସମ୍ବଲପୁର ସହର କ୍ଷେତରାଜପୁର ଥାନା ଅଞ୍ଚଳରେ ଘଟିଛି ଏହି ଅଭାବନୀୟ ଘଟଣା । ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗ । ନାବାଳିକାଙ୍କ ବାପାଙ୍କ ଏକ ଦୋକାନ ଥିବା ବେଳେ ନାବାଳକ ଜଣଙ୍କ ପ୍ରତିଦିନ ଯିବାଆସିବା କରି ଅତି ଘନିଷ୍ଠ ହୋଇଯାଇଥିଲେ । ତେବେ ଏହି ବାହାନାରେ ନାବାଳକ ଜଣକ ପୀଡିତା ଓ ତାଙ୍କ ଭାଇଙ୍କୁ ଖେଳିବାକୁ ଯିବା କହି ଡାକିଥିଲେ। ପରେ ଏକୁଟିଆର ସୁଯୋଗ ନେଇ ୫ ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରିଥିଲେ । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଦୁଷ୍କର୍ମ ଅଭିଯୋଗରେ ୧୭ ବର୍ଷର ନାବାଳକ ଅଟକ । ଦୁଷ୍କର୍ମ ଅଭିଯୋଗରେ ୧୭ ବର୍ଷର ନାବାଳକ ଅଟକ ରଖିଛି ପୋଲିସ । ଏ ନେଇ ପୋଲିସ ସକ୍ତ କାର୍ଯ୍ୟାନୁଷ୍ଠାନ କରିବ ବୋଲି ଆଶା ରଖିଛନ୍ତି ପରିବାର ଲୋକେ ।