( ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ନିମାପଡ଼ା ଥାନ ଅ ଞ୍ଚଳରେ ଜଣେ ଅଟୋ ଚାଳକକୁ ଜଣେ ଯୁବକ କଟୁରୀରେ ହାଣି ଘଟଣା ସ୍ଥଳରୁ ଫେରାର ହୋଇଯିବା ହୋଇଯାଇଛି । ଆହତ ଅଟୋ ଚାଳକ ଜଣକ ଗୁରତର ଅବସ୍ଥାରେ ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
ମିଳିଥିବା ଖବର ଅନୁଯାୟୀ , ବାଲିପାଟଣା ଥାନା ଅଧିନ ମାର୍ଥାପୁର ସୁମୁଦୀ ଗ୍ରାମର ରାଜକିଶୋର ସ୍ୱାଇଁ ଆଜି ଅପରାହ୍ନରେ ସତ୍ୟବାଦୀ ଥାନା ଅଧିନ କେତକୀପାଟଣା ଗ୍ରାମକୁ ଭଡାରେ ଅଟୋ ନେଇଯାଇଥିଲେ । ଫେରିଲାବେଳେ ନିଜ ଗ୍ରାମ ମାର୍ଥାପୁର ସୁମୁଦୀ ଗ୍ରାମର ରାଜୀବ ଲୋଚନ ସ୍ୱାଇଁ ନିମାପଡ଼ା ଥାନା ଅଧିନ ଜଅଁରାଗ୍ରାମ ନିକଟରେ ରାଜକିଶୋରଙ୍କ ଅଟୋକୁ ଅଟକାଇ କଟୁରୀରେ ରାଜକିଶୋରଙ୍କୁ ଆକ୍ରମଣ କରିଥିଲା । ଆକ୍ରମଣ ରାଜକିଶୋର ଗୁରୁତର ହୋଇପଡିବାରୁ ରାଜୀବ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ପୂର୍ବଶତ୍ରୁତାକୁ କେନ୍ଦ୍ରକରି ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି । ନିମାପଡ଼ା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି ।