କୁୁଲଗାମା ଏନକାଉଣ୍ଟର, ୫ ଆତଙ୍କବାଦୀ ମୃତ

(ରିପୋଟର୍ସଟୁଡେ): ଜାମ୍ମୁ କାଶ୍ମୀର କୁଲଗାମାର କାଜିଗୁଂଡରେ ଶନିବାର ସକାଳେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଆରମ୍ଭ ହୋଇଥିବା ସଂଘର୍ଷରେ ସେନାକୁ ବଡ ଧରଣର ସଫଳତା ମିଳିଛି । ସେନା ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଗୁଲଜାର ପୈଡର ସହିତ ୫ଜଣ ଆତଙ୍କବାଦୀକୁ ମାରିଛି । ଗୁଲଜାର A+++ କାଟାଗୋରିର ଆତଙ୍କବାଦୀ ଥିଲା । ସେନା ପକ୍ଷରୁ ଲମ୍ବା ସମୟରୁ ଏହାକୁ ତଲାସ କରଯାଉଥିଲା । କୁହାଯାଉଛିି କି ଶୁୁକ୍ରବାର ଦିନ ରାତିିରେ କାଜିଗୁଡାର ଏକ ଘରେ ଆତଙ୍କବାଦୀ ଲୁଚି ରହିଥିବାର ସେନାକୁ ସୂଚନା ମିଳିଥିଲା, ଏହାପରେ ସୁରକ୍ଷାକର୍ମୀଙ୍କ ତରଫରୁ ଏକ ସର୍ଚ୍ଚ ଅପରେସନ କରାଯାଇଥିଲା । ଏହି ଅପରେସନରେ ଜାମ୍ମୁ କାଶ୍ମୀର ପୋଲିସ, ସେନା ଏବଂ ରାଷ୍ଟ୍ରିୟ ରାଇଫଲ ସାମିଲ ହୋଇଥିଲେ ।

ସୂଚନା ଅନୁୁଯାୟୀ, ମୃତ୍ୟୁୁ ବରଣ କରିଥିବା ଆତଙ୍କବାଦୀମାନେ ହିଜିବୁଲ ଏବଂ ଲସ୍କରର ସଦସ୍ୟ ଥିଲେ । ଏଥିରେ ପ୍ରଥମେ ଆତଙ୍କବାଦୀମାନେ ଗୁଳିଚାଳନା କରିିଥିଲେ ସେନାପକ୍ଷରୁ ମଧ୍ୟ ଏହାର ଜବାବ୍ ଦିଆଯାଇଥିଲା ଏବଂ ଏଥିରେ ପାଞ୍ଚଜଣ ଆତଙ୍କବାଦୀ ମୃତ୍ୟୁୁବରଣ କରିଥିଲେ ।

ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଥିବା ଏହି ସଂଘର୍ଷ ଯୋଗୁ ସେଠାରେ ଟ୍ରେନ ଚଳାଚଳକୁ ନିଲମ୍ବନ କରାଯାଇଛି । ଏହି ସମୟରେ କୌଣସି ଟ୍ରେନ କାଜିଗୁୁଡା ଆସିବ ନା କୌଣସି ଟ୍ରେନ ବାରମୁଲା ଯିବ । କୁଲଗାମ ଏବଂ ଅନନ୍ତନାଗ ରେ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଛି ।