ପୁରୀ – ଭୁବନେଶ୍ୱର ରାସ୍ତା ଅବରୋଧ କଲେ ମହିଳା

(ଜୟନ୍ତ କୁମାର ସେଠୀ): ପୁରୀ – ଭୁବନେଶ୍ୱର ଜାତୀୟ ରାଜପଥ ଅବରୋଧ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀର ଓଡିଶା ଜିବିକା ମିଶନ ଶକ୍ତି ଚୟନ ଗଠନରେ ଅନିୟମିତତା ଦର୍ଶାଇ ପୁରୀ ଭୁବନେଶ୍ୱର ଜାତୀୟ ରାଜପଥ ମଙ୍ଗଳପୁରଠାରେ ମହିଳାମାନଙ୍କ ଦ୍ୱାରା ରାସ୍ତା ଅବରୋଧ କରାଯାଇଥିଲା । ସେହିପରି କଂଟି ପଞ୍ଚାୟତର କଂଟିଛକଠାରେ ମହିଳାମାନଙ୍କ ଦ୍ୱାରା ପିପିଲି ଜଟଣି ରାସ୍ତା ଅବରୋଧ କରାଯାଇଥିଲା ।ସେମାନଙ୍କ ଦାବି ଥିଲା ମିଶନ ଶକ୍ତି ଗଠନ ଚୟନରେ ଅନିୟମିତତାର ପୁନଃବିଚାର ଏବଂ ସରପଞ୍ଚମାନେ ମିଶନ ଶକ୍ତି ଗଠନରେ ହସ୍ତକ୍ଷେପ ନକରିବା । ଘଟଣାସ୍ଥଳେ ପିପିଲି ପୁଲିସ ପହଞ୍ଚି ଅବରୋଧକାରିଙ୍କ ସହ ଆଲୋଚନା କରିବା ପରେ ରାସ୍ତା ଅବରୋଧ ହଟିଥିଲା ।