(ରିପୋଟର୍ସଟୁଡେ): ଜମ୍ମୁୁ କାଶ୍ମୀର ର ବାରାମୁଲା ଜିଲ୍ଲାର ସୋପୋର ଅଞ୍ଚଳରେ ଆଜି ସକାଳୁ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ଚାଳନା ଜାରି ରହିିଛି । ଜଣେ ପୋଲିସ ଅଧିକାରିଙ୍କ ସୂଚନା ଅନୁଯାୟୀ, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବାର ଗୁୁପ୍ତ ସୁତ୍ରରୁ ସୂଚନା ମିଳିବା ପରେ ସୁରକ୍ଷାକର୍ମୀମାନେ ସୋପୋର ର ଆରମପୋରା ଅଞ୍ଚଳରେ ଆଜି ସକାଳୁ ଘେରାବନ୍ଦୀ ଏବଂ ତଲାସ ଅଭିଯାନ ଆରମ୍ଭ ହୋଇଥିଲା । ସେ କହିଥିଲେ ଲୁଚିରହିଥିବା ଆତଙ୍କବାଦୀଙ୍କ ତଲାସ କରାଯାଉଥିବାବେଳେ ସେମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ ଏହାର ଜବାବରେ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ ।
ଆତଙ୍କବାଦୀଙ୍କ ବିରୁଦ୍ଧରେ ଝାଜର କୋଟଲି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆପଣଙ୍କୁ ଜଣାଇଦେଉଛୁ କି ଏହା ସେହି ଅଞ୍ଚଳ ଅଟେ ଯେଉଁଠାରେ ବୁଧବାର ଦିନ ଆତଙ୍କବାଦୀମାନେ ଏକ ଟ୍ରକରେ ଯାଉଥିଲେ ଏବଂ ଚେକ୍ ପୋଷ୍ଟ୍ ଠାରେ ପୋଲିସର ଚେକିଙ୍ଗ୍ ସମୟରେ ସେମାନେ ଜଣେ ପୋଲିସ ଅଧିକାରିଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ପୋଲିସ ଆଖିରେ ଧୁଳି ଦେଇ ଫେରାର ହୋଇଯାଇଥିବା ଆତଙ୍କବାଦୀ ଫରେଷ୍ଟ ଗାର୍ଡଙ୍କ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ । ବୁଧବାର ଦିନ ସମଗ୍ର ଅଞ୍ଚଳକୁ ସିଲ କରି ଆତଙ୍କବାଦୀଙ୍କୁ ଖୋଜା ଚାଲିଛି ।