( ନରୋତ୍ତମ ପଣ୍ଡା): ଆଜି ବାଲଙ୍ଗରୀ ଜିଲ୍ଲା ସିଂଧେଇକେଲାଠାରେ ଅଜୟ ଦାସଙ୍କ ନେତୃତ୍ୱରେ ସିଂଧେଇକେଲା ବିକାଶ ମଞ୍ଚ ତରଫରୁ ବିଭିନ୍ନ ସମସ୍ୟା ନେଇ ଶତାଧିକ ମହିଳାପୁରୁଷ ଘେରାଉ କରିଛନ୍ତି । ସର୍ବଦା ଡାକ୍ତରଖାନା ଖୋଲା ରଖିବା , ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ପିଇବା ପାଣି ବ୍ୟବସ୍ଥ୍ା , ରକ୍ତ ନୁମନା ପରୀକ୍ଷଣ ଟେକ୍ନିସିଆନ ପଦବୀ ପୂରଣ , ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ ଆଦି ଦାବି ନେଇ ଏକ ଦାବୀ ପତ୍ର ଏସଡିଏମଓଙ୍କୁ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ଯଦି ଦାବି ପୂରଣ ନକରାଯାଏ ଆନ୍ଦୋଳନରେ ବସିବେ ବୋଲି ଚେତାବନି ଦେଇଛି ବିକାଶ ମଞ୍ଚ ।