(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ବୀରରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ସରପଞ୍ଚ ଙ୍କ ମୃତଦେହ ବାଲିସାହି ରେଳ ଫାଟକ ନିକଟଠାରୁ ଅଳ୍ପ ଦୂରରେ ଠାବ କରାଯାଇଛି । ସରପଞ୍ଚ ଶ୍ରୀ ଅଜୟ ବେହେରାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି ।
ସୂଚନାଅନୁଯାୟୀ , ଆଜି ସକାଳେ ବୀରରାମଚନ୍ଦ୍ରପୁର ଗ୍ରାମ ପଞ୍ଚାୟତର ଯୁବ ସରପଞ୍ଚ ଅଜୟ ବେହେରାଙ୍କ ମୃତଦେହ ବାଲିସାହି ରେଳ ଫାଟକ ନିକଟ ରେଳଧାରଣାଠାରୁ ଅଳ୍ପ ଦୂରରେ ମୃତଦେହ ପଡିଥଲା । ଏ ସମ୍ପର୍କରେ ଖବର ପାଇ ଶହଶହ ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। ପରେ ପରିବାର ଲୋକେ ସରପଞ୍ଚ ଶ୍ରୀ ବେହେରାଙ୍କ ମୃତଦେହକୁ ଧରି ଗାଁକୁ ଯାଇଥିଲେ। ତେବେ ଶ୍ରୀ ବେହେରାଙ୍କ ମୁଣ୍ଡ ହାତରେ କ୍ଷତ ଚିହ୍ନ ଥିବାରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।