( ଜୟନ୍ତ କୁମାର ସେଠୀ) : ଆଜି ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗାଦିବ୍ରହ୍ମ ମହାବିଦ୍ୟାଳୟ ପରିସରରେ ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଆଇନ ସହାୟତା, ସାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସହକାରୀ ଦୌରାଜଜ୍ ସୁବ୍ରତ କୁମାର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ପିପିଲି ଜେ ଏମ୍ ଏଫ୍ ସି ଅରୂପ କୁମାର ନାୟକ, ବରିଷ୍ଠ ଆଇନୀଜୀବୀ ରମାକାନ୍ତ ସାହୁ, ରଶାନ୍ତ କିଶୋର ପରିଡା, ସନାତନ ବିଶ୍ଵାଳ, ମାର୍କଣ୍ଡ ପରିଡା, ବସୁଦେବ ଦଳାଇ, ହୃଷୀକେଶ ପାଢି, ବିଶ୍ଵନାଥ ପରିଡା ପ୍ରମୁଖ ଯୋଗ ଦେଇଥିବା ବେଳେ ଆଇନଜୀବି ସଙ୍କର୍ଷଣ ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ ଜ୍ଝ ଆଇନ୍ ଓ ଦଣ୍ଡ ବିଧାନ ସମ୍ପର୍କରେ ଅତିଥି ମାନେ ବିସ୍ତ୍ରୁତ ଆଲୋଚନା କରିଥିଲେ।