ଇକୋ ଭିଲେଜରେ ସାମିଲ ହେଲା ନୟାଗଡ଼ର ମୁଦୁଲିଗାଡ଼ିଆ ଗ୍ରାମ

(ମାନସ କୁମାର ପ୍ରଧାନ)ନୟାଗଡ଼: ସବୁଜ ବନାନୀ ଓ ସୁନ୍ଦର ପରିବେଶ ଭିତରେ ରହିଛି ଗାଁ । ଗାଁର ଘର ଗୁଡିକ ଗୋଟିଏ ରଙ୍ଗରେ ରଙ୍ଗିନ । ଅ।ଉ ସବୁ ଘରର କାନ୍ଥରେ ପଡିଛି ଅ।କର୍ଶଣୀୟ ଝୋଟି। ଓଡିଅ। କଳା ସଂସ୍କୁତିର ଫୁଟିଉଠିଛି ଝଲକ । ସବୁଜ ବନାନୀ ଓ ପ୍ରାକ୍ରୁତିକ ସୈାନ୍ଦଯ୍ୟ ଭିତରେ ରହିଛି ଏହି ଗାଁ । ଚାରିଅ।ଡେ ଜଙ୍ଗଲ ଓ ପାହାଡ । ସବୁଘର ସୁନ୍ଧର ସବୁ ଘର ସଫା ସୁତୁରା । ସେଇ ଗାଁକୁ ଥରେ ଗଲେ ଫେରିବାକୁ ଇଛା ହେବନି । ଗାଁକୁ ଦେଖିଲେ ଅ।ପଣ ବି ଗାଁ ଲୋକଙ୍କୁ ଦେବେ ସାବାସୀ । କିଛିଦିନ ପୁର୍ବେ ଅଜଣା ଥିବା ଗାଁ ଏବେ ପାଲଟିଛି ପଯ୍ୟଟକଙ୍କ ଅ।କର୍ଶଣର କେନ୍ଦ୍ରବିନ୍ଦୁ । ରାଜ୍ୟର ପ୍ରଥମ ସଂମ୍ପୁର୍ଣ୍ଣ ପରିବେଶ ଅନୁକୁଳ ବା ଇକୋ ଭିଲେଜ ଭାବେ ପରିଗଣିତ ନୟାଗଡ ଜିଲ୍ଲାର ଏହି ଗାଁର ନାଁ ମୁଦୁଲିଗାଡିଅ। । ସାତକୋଶିଅ। ବ୍ୟାଘ୍ର ସଂରକ୍ଷଣ ପ୍ରକଲ୍ପ ମହାନଦୀ ବନଖଣ୍ଡ ଅଧିନ ଛାମୁଣ୍ଡିଅ। ବନାଚଂଳରେ ରହିଛି ମୁଦୁଲିଗାଡିଅ। ଗାଁ । ଗାଁ ପାଖ ସାଉଥ ବଡମୁଳ ବଙ୍ଗାନାଛି ଠାରେ ରହିଛି ଇକୋ ଟୁରିଜିମ ସ୍ୟାଣ୍ଡ ରିସୋଟ । ଏଠାକୁ ଅ।ସୁଥିବା ପଯ୍ୟଟକ ମାନେ ଏହି ଇକୋ ଭିଲେଜକୁ ବୁଲି ଅ।ସୁଛନ୍ତି। ଗାଁରେ ଦେଶି ଖାଦ୍ୟ ଖାଇବା ସହ ରାତ୍ରୀ ରହଣି ବି କରୁଛନ୍ତି ।

ଇକୋ ଟୁରିଜିମ ପ୍ରୋଜେକ୍ଟରେ ମୁଦୁଲିଗାଡିଅ। କୁ ସାମିଲ କରିଛି ବନ ବିଭାଗ । ପ୍ରକଲ୍ପର ୧୦ ପ୍ରତିସତ ଅର୍ଥ ଗାଁର ବିକାଶରେ ଖର୍ଚ୍ଚ କରୁଛି ଗ୍ରାମପରିବେଶ ବିକାଶ କମିଟି । ସବୁଲୋକେ କେମିତି ସୁବିଧାରେ ରହିବେ ସେଥିପାଇଁ ଧ୍ୟାନ ଦେଉଛି ସମିତି । ଗାଁକୁ ସଫା ସୁତୁରା ଓ ସୁନ୍ଦର କରି ଗଢି ତୋଳିବାରେ ଗ୍ରାମବାସୀ ସଂଘବଦ୍ଦ ହୋଇ ନିଷ୍ଠାପର ଭାବେ କାମ କରୁଛନ୍ତି । ଇକୋ ଭିଲେଜ ହେବା ଫଳରେ ମୁଦୁଲିଗାଡିଅ। ଲୋକଙ୍କ ଜୀବନ ଜୀବୀକା ରେ ଅ।ସିଛି ଢେର ଉନ୍ନତି ।
ମହାନଦୀ ବନ୍ୟପ୍ରାଣୀ ବନଖଣ୍ଡରେ ପ୍ରାୟ ୩୬ଟି ଗାଁପାଇଁ ମୁଦୁଲିଗାଡିଅ। ପାଲଟିଛି ଉଦାହରଣ। ଗ୍ରାମବାସୀଙ୍କ ନିଷ୍ଠା ଓ ଉଦ୍ୟମ ଯୋଗୁଁ ମୁଦୁଲିଗାଡିଅ। ଏକ ଅ।ଦର୍ଶ ଇକୋ ଭିଲେଜ ହେବା ସହ ଅନ୍ୟ ଗାଁ ଗୁଡିକ ଇକୋ ଭିଲେଜ ହେବାପାଇଁ ଦେଖାଇଛନ୍ତି ଅ।ଗ୍ରହ ।