ବନ୍ଦ ପ୍ରଭାବରେ ୧୦ଟି ଟ୍ରେନ ବାତିଲ

( ମମତା ସାମଲ) : ଆଜି କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ମଧ୍ୟ ଓଡିଶାରେ ଦେଖିବାକୁ ମିଳିଛି । ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ୧୦ଟି ଟ୍ରେନକୁ ବାତିଲ କରାଯାଇଛି । କେନ୍ଦୁଝରଗଡ଼-ଭୁବନେଶ୍ୱର, ଭଦ୍ରକ-ଭୁବନେଶ୍ୱର ପାସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର, କଟକ-ପାରାଦୀପ ପାସେଞ୍ଜର, ପୁରୀ-କଟକ ଓ କଟକ-ଭଦ୍ରକ ପାସେଞ୍ଜର ଟ୍ରେନ୍କୁ ବାତିଲ କରାଯାଇଛି।

ସେହିପରି ଭୁବନେଶ୍ୱର-ବିଶାଖାପାଟଣା ଇଣ୍ଟରସିଟି, କଟକ-ଭଦ୍ରକ, ସମ୍ବଲପୁର-ପୁରୀ ଇଣ୍ଟରସିଟି ଓ ପାରାଦୀପ-କଟକ ପାସେଞ୍ଜରକୁ ମଧ୍ୟ ବାତିଲ୍ କରାଯାଇଛି।