ଜନସେବା ନାଁରେ ନିସା କାରବାର

(ଦିଲ୍ଲୀପ୍ କୁମାର ବେହେରା) : ଗଞ୍ଜେଇ ଚାଲାଣ ବେଳେ ଚଢାଉ । ଗତ କାଲି ରାତିରେ ପୁଣି ଆମ୍ବୁଲାନ୍ସରେ ବୁହା ହେଲା ଗଞ୍ଜେଇ । ଗଞ୍ଜେଇ ମାଫିଆମାନେ ଏବେ ଚତୁରତାର ସହ ଚାଲାଣ କରୁଛନ୍ତି ଗଞ୍ଜେଇ । ମାଲକାନଗିରିରୁ ଦିଲ୍ଲୀ ଚୋରା ଚାଲାଣ ବେଳେ ଗତକାଲି ବିଳମ୍ବିତ ରାତିରେ ଏକ ପିକଅପ୍ ଭ୍ୟାନ ଓ ଆମ୍ବୁଲାନ୍ସ ସହ ୫ଜଣ ଚାଲାଣକାରୀଙ୍କୁ ଧରିଛି ପୁଲିସ୍ । ଏହି ଆମ୍ବୁଲାନ୍ସଟିରେ ଏକ କ୍ୟୁଇଣ୍ଟାଲର ଗଞ୍ଜେଇ ବୋଝେଇ ହୋଇ ଚିତ୍ରକୋଣ୍ଡରୁ ଦିଲ୍ଲୀକୁ ଚାଲାଣ ହେଉଥିବାର ଯଣାପଡିଛି ।