(ରିିପୋର୍ଟସ ଟୁଡ଼େ /ଶୁଭସ୍ମିତା ଦାଶ ): କେନିୟାର ମୋଂବାସା ପୋତାଶ୍ରୟକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିବା ଲାଗି ୧୫୯୩ – ୯୬ ମଧ୍ୟରେ ପର୍ତୁଗିଜମାନେ ଫୋର୍ଟ ଜିଜସ୍ ନିର୍ମାଣ କରିଥିଲେ । ମୁଖ୍ୟ ସ୍ଥପତି ଓ ନକସାକାର ଥିଲେ ଜିଓଭାନି ବାତିସ୍ତା କେରାତି । ଏକ ପ୍ରବାଳ ପାହାଡ଼ ଉପରେ ନିର୍ମତ ଦୁର୍ଗଟି ଏବେ ବି ସୁରକ୍ଷିତ ରହିଛି । ୨.୩୬ ହେକଟର ଭୂମି ଉପରେ ନିର୍ମିତ ଫୋର୍ଟ ଜିଜସକୁ ୨୦୧୧ ରେ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା । ଏହି ଦୁର୍ଗରେ ନିର୍ମାଣ ପରେ ଭାରତ ମହାସାଗରରେ ଚାଲିଥିବା ତତ୍କାଳୀନ ନୌ ବାଣିଜ୍ୟ ଇଉରୋପୀୟ ନିୟନ୍ତ୍ରଣାଧୀନ ହୋଇପାରିଥିଲା । ଏହା ଇଉରୋପୀୟ ବାହାରେ ଇଉରୋପୀୟ ଶୈଳୀରେ ଗଢାଯାଇଥିବା ପ୍ରଥମ କମାଣ ଗୋଳା ପ୍ରତିରୋଧୀ ଦୁର୍ଗ । ଏହି ଦୁର୍ଗ ବଦୁ ଯୁଦ୍ଧର ମୁକ ସାକ୍ଷୀ । ୧୬୩୧ – ୧୮୭୫ ମଧ୍ୟରେ କେନିୟାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିବା ବିଭିନ୍ନ ଶକ୍ତି ମଧ୍ୟରେ ଏଠାେ ଅନ୍ୟୁନ ନଅଟି ଯୁ୍ଦ୍ଧ ହୋଇଥିଲା । ୧୬୯୮ରେ ଏହା ଓମାନୀ ଅରବଙ୍କ ଦ୍ୱାରା ଅଧିକୃତ ହୋଇଥିଲା । ୧୮୯୮ ରେ ଏହା ସଂପୂର୍ଣ୍ଣ ଭାବେ ବ୍ରିଟିସ ଅଧିକାରକୁ ଆସିଥିଲା । ବ୍ରିଟିସ ସରକାର ଏହାକୁ ଏକ ବନ୍ଦିଶାଳରେ ପରିଣତ କରିଥିଲେ । ୧୯୫୮ ପର୍ଯ୍ୟନ୍ତ ଏହା ବନ୍ଦିଶାଳା ଥିଲା ଏବଂ ସେହି ବର୍ଷ ଐତିହାସିକ ସ୍କାରକ ଘୋଷିତ ହୋଇଥିଲା ।