ଭିଜିଲାନ୍ସ ଜାଲରେ କିରାଣୀ

(ଆଦର୍ଶ ରାଉତ) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ କନ୍ଧମାଳର ଭିଜିଲାନ୍ସ ଟିମ୍ ଆଜି ଜି.ଉଦୟଗିରି ତହସିଲ ଅଫିସର ବରିଷ୍ଠ କିରାଣୀ ସୁଶୀଲ କୁମାର ସେନାପତିଙ୍କ ଘରଉପରେ ଚଢାଉ କରିଛନ୍ତି । କିରାଣୀଙ୍କ ବାସଭବନ ସମେତ କାର୍ଯ୍ୟଳୟରେ ଭିଜିଲାନ୍ସ ଅଧିକାରୀମାନେ ଚଢାଉ କରିଛନ୍ତି । ଏକକାଳୀନ ୩ଟି ଟିମ୍ ସେନାପତିଙ୍କ ସରକାରୀ ବାସଭବନ, କାର୍ଯ୍ୟାଳୟ ଓ ଫୁଲବାଣୀ ରୋଡରେ ଥିବା ଘର ଉପରେ ଚଢାଉ କରିଛନ୍ତି । ଚଢାଉ ସମୟରେ ସିଲ୍ ଖୋଲା ହୋଇନଥିବା ବିଡା ବିଡା ଟଙ୍କା, ସୁନାଗହଣା ଓ ଅନ୍ୟ ମୂଲ୍ୟବାନ୍ ସାମଗ୍ରୀ ଭିଜିଲାନ୍ସ ଅଧିକାରୀମାନେ ଜବତ କରିଛନ୍ତି ।