ଦୁଇ ଦିନିଆ ଓଡିଶା ଆସିଛନ୍ତି ଏଆଇସିସି ମୁଖପାତ୍ର ପବନ ଖେରା

( ମମତା ସାମଲ) : ଦୁଇ ଦିନିଆ ଓଡିଶା ଆସିଛନ୍ତି ଏଆଇସିସି ମୁଖପାତ୍ର ପବନ ଖେରା । ସେ ଅନୁଗୁଳ ଓ ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗଦେବେ । ରାଫେଲ ଡିଲ ନେଇ ଜନସାଧାରଣଙ୍କୁ ଉଦବୋଧନା ଦେବାର କାର୍ଯ୍ୟକ୍ରମ ରହିଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ନିଷ୍ପତ୍ତି ଅନୁଯାୟୀ, ୧୦୦ ଜଣ କଂଗ୍ରେସ ନେତା, ରାଫେଲ ଦୁର୍ନୀତି ନେଇ ଦେଶବ୍ୟାପୀ ଜନମତ ସୃଷ୍ଟି କରିବେ । ରାଫେଲ ଦୁର୍ନୀତି ପାଇଁ ଓଡ଼ିଶାର ୩୦ରୁ ୪୦ ହଜାର ଯୁବକ ନିଯୁକ୍ତି ପାଇବାରୁ ବଞ୍ଚିତ ହୋଇଥିବା କହିଛନ୍ତି ପବନ ଖେରା ।