ଆଜିଠୁ ବର୍ଷିବ ବର୍ଷା

( ମମତା ସାମଲ) : ଉତ୍ତର -ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାହେବାର ସମ୍ଭାବନା ରହିଛି । ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । କଳାହାଣ୍ଡି, କନ୍ଧମାଳ,ଗଞ୍ଜାମ, କୋରାପୁଟ, ବରଗଡ, ସମ୍ବଲପୁର ଓ ଦେବଗଡରେ ପ୍ରବଳ ବର୍ଷା ହେବ ।