କେମିକାଲ ବୋଝେଇ ଟ୍ରକରେ ନିଆଁ

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ଆଜ କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗାଠାରେ କଲିକତା ଯାଉଥିବା ଏକ କେମିକାଲ୍ ବୋଝେଇ ଟ୍ରକରେ ନିଆଁ ଲାଗିଯାଇଛି । ନିଆଁକୁ ଆୟତ କରିବାକୁ ୨ଟି ଅଗ୍ନିଶମ ଗାଡି ସେଠାରେ ପହଂଚି ନିଆଁକୁ ଆୟତ କରିଛି। ନିଆଁ କିପରି ଲାଗିଲା ତାହା ଜଣାପଡି ନାହିଁ ।
ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ୪୯ ନମ୍ବର ଜାତୀୟ ରାଜପଥର ତୁରୁମୁଙ୍ଗା ପେଟ୍ରୋଲ ପମ୍ପ୍ ଦେଇ ଏକ କେମିକାଲ ବୋଝେଇ ଟ୍ରକ ଯାଉଥିଲା । ତୁରୁମୁଙ୍ଗା ଠାରେ କୌଣସି କାରଣରୁ ଟ୍ରକରେ ନିଆଁ ଲାଗି ଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର ୨ଟି ଗାଡି ନିଆଁ ଲିଭାଇଛନ୍ତି । ଡ୍ରାଇଭର ଓ ହେଲପର ସୁରକ୍ଷିତ ଥିବା ଜଣାପଡିଛି।