ଜରିମନାକୁ ନେଇ ତାତିଲେ ଲୋକେ

(ସରୋଜ ରାଉତ)ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ତାତିଲେ ଲୋକେ। ଜରିମାନା ଆଦାୟ ନ କରାଯାଇ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ଲୋକମାନେ ତାତିଛନ୍ତି। ଆଜି ଭୁବନେଶ୍ୱରର ରାଜମହଲ ଛକରେ ଟ୍ରାଫିକ ଚେକିଂ ଚାଲୁଥିଲା । ପୋଲିସ ବାବୁମାନେ ଗାଡିମଟରକୁ ଅଟକାଇ ଆବଶ୍ୟକୀୟ କାଗଜପତ୍ର ଯାଂଚ କରୁଥିଲେ । ଏହାସହ ଆବଶ୍ୟକୀୟ କାଗଜପତ୍ର ଦେଖାଇ ପାରୁନଥିବା ବ୍ୟକ୍ତିଙ୍କୁ ଜରିମାନା ମଧ୍ୟ ଲଗାଉଥିଲେ। ସେହି ସମୟରେ ସେହି ରାସ୍ତା ଦେଇ କିଛି ବିଏମସି ଗାଡି ,ପୋଲିସ ଗାଡ଼ି ଓ ମୋ ବସ ଯାଉଥିଲା । ତେବେ ସେଠାରେ କିଛି ଲୋକ ବିଏମସି ଗାଡିକୁ କାଗଜପତ୍ର ମାଗିଥିଲେ । ଏପରିକି ସିଟି ବସରେ ଓଭରଲୋଡିଂ ହୋଇଥିବା କହିଥିଲେ । କିନ୍ତୁ ପୋଲିସ ସରକାରୀ ଗାଡିକୁ ଅଟକାଇ ନଥିଲା । ଏଥିରେ ଉପସ୍ଥିତ ଜନତା ରାଗି ଯାଇଥିଲେ । ସେମାନେ ବିଏମସି ଓ ପୋଲିସ ଗାଡି କୁ ଅଟକାଇ କାଗଜ ପତ୍ର ମାଗିଥିଲେ ।କିନ୍ତୁ ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିଲେ । ଫଳରେ ପରିସ୍ଥିତିକୁ ନିଯନ୍ତ୍ରଣ କରିବାକୁ ଯାଇ ପୋଲିସ ଲାଠିଚାର୍ଜ କରିଥିଲା ।