ବ୍ରାଉନ ସୁଗାର ଜବତ, ଏକ ଗିରଫ

(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା: ଖୋର୍ଦ୍ଧା ଅବକାରୀ ବିଭାଗ ତରଫରୁ ଅବକାରୀ ଇନେସ୍ପେକ୍ଟର ରଂଜନ କୁମାର ନାୟକଙ୍କ ନେତୃତ୍ୱରେ ଖୋର୍ଦ୍ଧା ନବୀନାବାଗ ଠାରେ ଚଢାଉ କରାଯାଇ ବ୍ରାଉନସୁଗାର ଜବତ ହୋଇଛି । ଏହି କାରବାରରେ ସମ୍ପୃକ୍ତ ଥିବା ବିକାଶ ଘଟୁଆଳ (୨୦)ଙ୍କ ନିକଟରୁ ୧୦ ଗ୍ରାମ୍ ବ୍ରାଉନସୁଗାର ଜବତ କରାଯିବା ସହିତ ଏନ.ଡ଼ି.ପି.ଏସ୍ ଆକ୍ଟରେ ପି.ଆର ନମ୍ବର ୩୮/୨୦୧୯-୨୦ ମାମଲା ରୁଜ୍ଜୁ କରି କୋର୍ଟ ଚାଲଣ କରାଯାଇଛି । ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୁଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଅଭିଯୁକ୍ତ ବିକାଶ ଘଟୁଆଳର ଘର ଖୋର୍ଦ୍ଧା ବାଟମଙ୍ଗଳା ହାଉସିଂ ବୋର୍ଡ଼ କଲୋନୀରେ ହୋଇଥିବା ବେଳେ ସେ ନିଜେ ବ୍ରାଉନ ସୁଗାର ଖାଇବା ସହିତ ବ୍ୟବସାୟ ମଧ୍ୟ କରୁଥିବାର ଜଣାପଡ଼ିଛି ।