(ଅନୁସ୍ୱୟା)ଭୁବନେଶ୍ୱର: ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ମୃତ୍ୟୁ ସହ ସଂଗ୍ରାମ କରି ଚିକିତ୍ସାଧିନ ଅବସ୍ଥାରେ ଅଗଷ୍ଟ ୨୪ ତାରିଖରେ ଦିଲ୍ଲୀ ଏମ୍ସରେ ଦିନ ୧୨ଟା ୦୭ମିନିଟରେ ତାଙ୍କର ଦେହାନ୍ତ ହୋଇଥିଲା । ଆଜି ପୂର୍ବତନ ଅର୍ଥମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଅରୁଣ ଜେଟଲୀଙ୍କ ସ୍ମୃତିରେ ଆଜି ସର୍ବଦଳୀୟ ଶ୍ରଦ୍ଧାଞ୍ଜଳୀ ସଭା ହୋଇଛି । ସ୍ୱର୍ଗତ ଅରୁଣ ଜେଟଲୀଙ୍କ ସ୍ମୃତିରେ କରାଯାଇଥିବା ଏହି ସଭାରେ ଶ୍ରଦ୍ଧାଞ୍ଜଳୀ ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ ସମେତ ଶ୍ରୀକାନ୍ତ ଜେନା ,କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ବିଜେଡ଼ି ନେତା ଦେବୀ ମିଶ୍ର, ଐରଖାରବେଳ ସ୍ୱାଇଁ , ବୈଜୟନ୍ତ ପଣ୍ଡା , ପ୍ରଦୀପ୍ତ ନାୟକ, ବିଷ୍ଣୁ ଦାଶ, ଅକ୍ଷୟ ସାହୁ , ସୈାମ୍ୟ ରଞ୍ଜନ ପଟ୍ଟନାୟକ, ସୂର୍ୟ୍ୟ ନାରାୟଣ ପାତ୍ର, ସବୁ ଦଳର ନେତା ସାମିଲ ଥିଲେ। ଏହି ଶୋକ ସଭାକୁ ମୁଖ୍ୟମନ୍ତ୍ରୀ ଆସି ନ ପାରିବାରୁ ତାଙ୍କ ଶୋକବାର୍ତ୍ତା ବିଜେଡି ନେତା ଦେବୀ ମିଶ୍ର ପଢିଛନ୍ତି । ଅରୁଣ ଥିଲେ ପ୍ରଜ୍ଞାଦୀପ୍ତ ମାନସ, ବୁଦ୍ଧିଜୀବୀଙ୍କ ମହଲରେ ଲୋକପ୍ରିୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକବାର୍ତ୍ତାରେ ଜଣାଇଛନ୍ତି । ମିଶ୍ରଓଡ଼ିଶା ତା’ର ଜଣେ ବନ୍ଧୁ ଓ ଅଭିଭାବକଙ୍କୁ ହରାଇଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ଜଣାଇ କହିଛନ୍ତି । ଏହା ସହ ରାଜ୍ୟରୁ କେନ୍ଦ୍ର ସବୁଠି ଅରୁଣଙ୍କ ଗ୍ରହଣୀୟତା ଥିଲା କହି ଶୋକ ଜଣାଇଛନ୍ତି ଦେବୀ ମିଶ୍ର ।