ଭୁବନେଶ୍ୱରରେ ପହଞ୍ଚିଲା ଅଟଳଙ୍କ ଅସ୍ଥି କଳସ

( ଓଡିଶା): ଆଜି ଭୁବନେଶ୍ୱର ପହଞ୍ଚିଛି ସ୍ୱର୍ଗତ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଅସ୍ଥି କଳସ । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଅସ୍ଥିକଳସ ନେଇ ଦିଲ୍ଲୀରୁ ଭୁବନେଶ୍ୱର ବିମାନବନ୍ଦନରେ ସନ୍ଧ୍ୟାରେ ପହଞ୍ଚିଥିଲେ । ବିମାନ ବନ୍ଦରରୁ ବାଜପେୟୀଙ୍କର ଅସ୍ଥି କଳସକୁ ଏକ ବିଶାଳ ଶୋଭାଯାତ୍ରାରେ ବିଜେପି ମୁଖ୍ୟାଳୟକୁ ଅଣାଯାଇଥିଲା । ଝାଞ୍ଜ , ମୃଦଙ୍ଗ ଶଦ୍ଦର ତାଳେତାଳେ ନାମ ସଂକୀର୍ତ୍ତନ ସହ ହଜାର ହଜାର ଲୋକ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଆଜି ଅସି୍ଥ କଳସକୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ରଖାଯିବା ସହ ସମସ୍ତ କର୍ମକର୍ତ୍ତା ଭଜନ କୀର୍ତ୍ତନ କରି ଅସ୍ଥି କଳସରେ ପୁଷ୍ପ ଅର୍ପଣ କରିଥିଲେ ।

ସେହିପରି ଆସନ୍ତକାଲି ସକାଳ ୯ ଟାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ , ରାଜ୍ୟ ସଭାପତି ବସନ୍ତ ପଣ୍ଡା , ବିଜେପି ବିଧାୟକ ଦଳର ନେତା କେବି ସିଂ ଦେଓଙ୍କ ସମେତ ରାଜ୍ୟର ବରିଷ୍ଠ ନେତା କର୍ମକର୍ତ୍ତା ଉପସ୍ଥିତ ସେଠାରୁ ତାଙ୍କ ଅସ୍ଥି କଳସକୁ ଉତ୍ତରା , ପିପିଲ, ଚନ୍ଦନପୁର , ଅଠରନଳା ଦେଇ ମହୋଦଧିକୁ ନିଆଯିବାର କାର୍ଯ୍ୟକ୍ରମ ରହିଛି ।

ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ଆସନ୍ତା ୨୪ ତାରିଖରେ ଭୁବନେଶ୍ୱର ପ୍ରଦର୍ଶନୀ ପଡିଆରେ ଅନୁଷ୍ଠିତ ହେବ ସାର୍ବଜନିନ ସର୍ବଦଳୀୟ ଶୋକ ସଭା । ଯେଉଁଥିରେ ସବୁଦଳର ନେତା ତଥା ସାଧାରଣ ଲୋକଙ୍କୁ ସାମିଲ ହେବା ପାଇଁ ଅନୁରୋଧ କରାଯାଇଛି ।