(ରିପୋର୍ଟସ ଟୁଡେ)ବଲାଙ୍ଗୀର: ଖରାର ତାତି ଠାରୁ ବଢୁଛି ନିର୍ବାଚନ ତାତୀ । ବଲାଙ୍ଗୀରରେ ଖରାର ତାତିକୁ ଖାତିର ନ କରି ଦ୍ୱିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ସ୍ୱାମୀଙ୍କ ପାଇଁ ଭୋଟ ମାଗୁଛନ୍ତି ଅଭିନେତ୍ରୀ ବିଦୁସ୍ମିତା। ସ୍ୱାମୀ ଅନନ୍ତ ଦାସ ବଲାଙ୍ଗୀର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ପ୍ରଚାରକୁ ଯୋରଦାର କରିଛନ୍ତି ବିଦୁସ୍ମିତା। ଆଜି ସେ ସ୍କୁଟିରେ ବିଜେପିର ମହିଳା ମୋର୍ଚ୍ଚା କର୍ମୀଙ୍କ ସହ ପ୍ରଚାର କରିଛନ୍ତି। ବଲାଙ୍ଗୀରରେ ଭାରତୀୟ ଜନତା ପାର୍ଟିର ବାଜିମାତ୍ ହେବ ବୋଲି ବିଦୁସ୍ମିତା ଦାବି କରିଛନ୍ତି। ବଲାଙ୍ଗୀର ବିଧାନସଭା ଗାଦି ପାଇଁ କଂଗ୍ରେସର ନରସିଂହ ମିଶ୍ର, ବିଜେଡିର ଅର୍କେଶ ସିଂଦେଓ ଓ ବିଜେପିର ଅନନ୍ତ ଦାଶ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିବ।
ଏଠାରେ ଦ୍ୱିତୀୟ ପର୍ୟ୍ୟାୟରେ ଭୋଟଗ୍ରହଣ କରାଯିବ। ୧୮ ତାରିଖର ଏହି ଭୋଟ ପାଇଁ ୩ ଦଳର ପ୍ରାର୍ଥୀ ଜୋରସୋରରେ ପ୍ରଚାର ଚଳାଇଛନ୍ତି। ଗତଥର ଏଠାରୁ ବିଜେଡିର ପ୍ରଭାସ ସିଂ ବିଜୟ ଲାଭ କରିଥିଲେ। ସେ ୩ ଲକ୍ଷ ୮୩ ହଜାରରୁ ଅଧିକ ଭୋଟ ପାଇଥିଲେ।