ବିଜେପି ପ୍ରାର୍ଥୀଙ୍କ ପଦଯାତ୍ରା ଓ ମିଶ୍ରଣ ପର୍ବ ଅନୁଷ୍ଠିତ

(ଶେଖ୍ ଅରଶଦ୍ ଉଲ୍ ହକ୍)ଖୋର୍ଦ୍ଧା:ବିଧାନ ସଭା ନିର୍ବାଚନ ମଣ୍ଡଳୀର ବିଜେପି ଦଳର ବିଧାୟକ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟ ଖୋର୍ଦ୍ଧା ଜିଲ୍ଲାପରିଷଦ ୨ନଂ ଜୋନର ବାଜପୁର, ବଣିଆଟାଙ୍ଗୀ, ନନ୍ଦପୁର, ଛତିପୁର, ଢିହପୁର, ରାୟରଙ୍ଗପୁର ଓ ଦୁର୍ଗାପୁର ଆଦି ଗ୍ରାମରେ ପଦଯାତ୍ରା ମାଧ୍ୟମରେ ଘର ଘର ବୁଲି ଭୋଟ ପ୍ରଚାର କରୁଥିବା ବେଳେ ଅପରାହ୍ନରେ ବିଜେପି ଦଳର ଭୁବନେଶ୍ୱର ଲୋକସଭା ଆସନ ପ୍ରାର୍ଥୀନି ଅପରାଜିତା ଷଢଙ୍ଗୀ ବାଜପୁର ଗ୍ରାମ ପରିକ୍ରମା କରିଥିଲେ । ବାଜପୁର ଠାରେ ଏକ ମିଶ୍ରଣ ସଭାରେ ବାଜପୁର ପଂଚାୟତର ସରପଂଚ ସୁଜାତା ବ୍ରହ୍ମା, ବଙ୍ଗୀଦା ପଂଚାୟତର ସରପଂଚ ଚିନ୍ମୟୀ ବଳବନ୍ତରାୟ ଏବଂ ୱାର୍ଡ଼ ମେମ୍ବର ସମ୍ମୁହ ଭରତୀୟ ଜନତାପାର୍ଟିରେ ଯୋଗ ଦେଇଥିଲେ । ଟାଙ୍ଗୀ ପଂଚାୟତ ସମିତିର ପୂର୍ବତନ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଦାସ ବିଜେଡ଼ି ଏବଂ ସରକାରୀର ପୂର୍ବତନ ସରପଂଚ ଧନେଶ୍ୱର ବେହେରା କଂଗ୍ରେସ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ । ବାଜପୁର ଗ୍ରାମର ସମାଜ ସେବୀ ଅକ୍ଷୟ କୁମାର ଦାସ, ଯୁବ ନେତା ବିଜୟ ସାହୁ, ପୂର୍ବତନ ସେନା ଅଧିକାରୀ ଚକ୍ରଧର ସାହୁ, ଯୁବ ସମାଜ ସେବୀ ସୁଧିର ଦାସ ଓ ମୀନକେତନ ମହାନ୍ତି ପ୍ରମୁଖ ବିଜେପିରେ ସାମିଲ ହୋଇଥିଲେ ।