(ରିପୋର୍ଟରସ୍ ଟୁଡେ) ଭୁବନେଶ୍ୱର: ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆଉ ମାତ୍ର ୧୨ଦିନ । ଏବେ ନେତା ଓ କର୍ମୀଙ୍କର ପ୍ରଚାର ଜୋର ଧରିଛି । ଏଥିରୁ ବାଦ ପଡ଼ିନି ବିଜେଡ଼ି । ଖୋର୍ଦ୍ଧା ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜୁ ଜନତା ଦଳର ପ୍ରାର୍ଥୀ ହୋଇଥିବା ଜିତୁ ମିତ୍ର ପ୍ରଚାର ମଇଦାନରେ ଆଗରେ ରହିଛନ୍ତି । ପଂଚାୟତ ଓ ୱାର୍ଡ଼ ବୁଲି କର୍ମୀ ଓ ଲୋକଙ୍କୁ ଭେଟୁଥିବା ବେଳେ ବୁଧୁବାର ଖୋର୍ଦ୍ଧା ପୋ÷ରାଚଂଳରୁ ନିଜର ପ୍ରଚାରର ଶୁଭାରମ୍ଭ କରିଛନ୍ତି । ପୋ÷ରାଚଂଳ ଅନ୍ତର୍ଗତ ଗୁରୁଜଙ୍ଗସ୍ଥିତ ଦଧିବାମନ ଛକ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ନିଜର ସମର୍ଥକ, କର୍ମୀଙ୍କୁ ନେଇ ଏକ ବିରାଟ ଶୋଭା ଯାତ୍ରାରେ ୧୬, ୧୭, ୧୮ ଓ ୧୯ ନମ୍ବର ୱାର୍ଡ଼ର ନନ୍ଦସାହି, ମାଳିସାହି, ଟାଙ୍ଗୀସାହି, କୋଚିଲାକଣ ସାହି, ଦ୍ୱାରିକା ନଗର, ହାଉସିଂ ବୋର୍ଡ଼, ଦେୱାନସାହିରେ ପ୍ରଚାର ଓ ଶୋଭା ଯାତ୍ରା କରିଥିଲେ । ଜିତୁ ମିତ୍ରଙ୍କ ସହିତ ଭୁବନେଶ୍ୱର ଲୋକସଭା ପାର୍ଥୀ ଅରୁପ ପଟ୍ଟନାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ, ପୋ÷ରପରିଷଦର ଉପାଧ୍ୟକ୍ଷ ଟିକିନା ସିଂହ, ପୂର୍ବତନ କାଉନସିଲର ରିତେଶ ସାହୁ, ବିଭୁତି ବେହେରା, ରବିନାରାୟଣ ବେଉରା, ବିଜୟ ସେଠୀ, ଦେବ ରଥ, ଅବ୍ୟକ୍ତ ହରିହର ଖାଡ଼େଙ୍ଗା, ଟୁଟୁ ବଳିୟାରସିଂହ, ଜୟକୃଷ୍ଣ ମହାପାତ୍ର, ଲକ୍ଷ୍ମୀଧର ସାହୁ ଗତକାଲି ବିଜେଡ଼ିରେ ଯୋଗ ଦେଇଥିବା ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ମହମ୍ମଦ ଆରିଫ, ରୀତାରାଣୀ ବେହେରା, ଉର୍ମିଳା ପରିଡ଼ା, ରୀତା ବେହେରାଙ୍କ ସମେତ ୨୨ ଗୋଟି ୱାର୍ଡ଼ର ପୋ÷ରପରିଷଦର ପୂର୍ବତନ ଉପାଧ୍ୟକ୍ଷ, ୧୮ଜଣ ପୂର୍ବତନ କାଉନସିଲର ଓ ୩ ହଜାରରୁ ଉଦ୍ଧ୍ୱର୍ ସମର୍ଥକ ଏହି ରୋଡ଼ ଶୋରେ ସାମିଲ ହୋଇଥିଲେ । ଜିତୁ ମିତ୍ରଙ୍କର ୬୯ତମ ଜନ୍ମଦିବସରେ ଉପସ୍ଥିତ କର୍ମୀ ତାଙ୍କୁ ଶୁଭେଚ୍ଛା ଦେବା ସହ ନିର୍ବାଚନରେ ବିଜୟୀ ହେବା ପାଇଁ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ । ସେହିପରି ସନ୍ଧ୍ୟାରେ ଟାଙ୍ଗୀ ବ୍ଲକ୍ ହରିପୁର ପଂଚାୟତରେ ଏକ ବିଶାଳ କର୍ମୀ ସମ୍ମିଳନୀରେ ଜିତୁ ମିତ୍ର ଯୋଗ ଦେଇ ପଂଚମ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ସହ ଶଙ୍ଖ ଚିହ୍ନରେ ଭୋଟ ଦେଇ ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀରେ ତାଙ୍କୁ ବିଜୟୀ କରିବା ପାଇଁ କର୍ମୀମାନଙ୍କୁ ଅନୁରୋଧ କରିଥିଲେ ।