ସଡକ ଦୁର୍ଘଟଣା

( ଭୁବନେଶ୍ୱର /ରିପୋର୍ଟସଟୁଡେ): ଅନୁଗୁଳ ସହରରେ ଏକ ଅଭାବନୀୟ ଘଟଣା ଘଟିଛି । ଅନୁଗୁଳ ଜିଲ୍ଲାର ଏନଏଚ ୫୫ ତୁରଙ୍ଗଠାରେ ସଡକ ଦୁର୍ଘଟଣା ଘଟିଛି । ଏଥିରେ ତିନି ଜଣ ଯୁବକଙ୍କ ମୃତ୍ୟୁବରଣ ହୋଇଛି ।

ସୂଚନା ମୁତାବକ, ଦୁଇ ଜଣ ଯୁବକ ଏକ ସ୍କୁଟିରେ ଅନୁଗୁଳରୁ ଘରକୁ ଫେରୁଥିଲେ । ସେହିସମୟରେ ଏନଏଚ ୫୫ ନିକଟରେ ଥିବା ତୁରଙ୍ଗ ଅଂଚଳରେ ଥିବା ପିଟିସି ଛକରେ ଏକ ଟ୍ରକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ତିନିଜଣ ବ୍ୟକ୍ତି ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ । ପରେ ସେମାନଙ୍କୁ ମେଡିକାଲରେ ଭର୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ମୃତକମାନେ ହେଲେ ଦୀପକ ନାଏକ ଏବଂ କାଳିଆ ନାଏକ । ଆଉଜଣେ ଯୁବକଙ୍କ ପରିଚୟ ମିଳିପାରି ନାହିଁ ।