ବର୍ଷ ଆରମ୍ଭରୁ ନୁଆ ରେକଡ଼

(ମୃତ୍ୟୁଞ୍ଜୟ ଭୋଇ/ରିପୋଟରର୍ସ ଟୁଡ଼େ ) : ଆଜି ସେନ୍‌ସେକ୍ସ ୩୯ ହଜାର ପଏଣ୍ଟରେ ପହଞ୍ଚି ସର୍ବକାଳୀନ ରେକର୍ଡ କରିଛି। କାରବାର ଆରମ୍ଭରୁ ସେନ୍‌ସେକ୍ସ ୩ ଶହରୁ ଅଧିକ ପଏଣ୍ଟ ବୃଦ୍ଧି ପାଇଛି। ଏହା ସହିତ ୩୯ ହଜାର ପଏଣ୍ଟ ପାର୍ କରିଛି। ସେହିପରି ନିଫ୍‌ଟି ମଧ୍ୟ ବୃଦ୍ଧି ପାଇ ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି। ଗତ ବର୍ଷ ସେପ୍ଟେମ୍ବର ପରେ ପ୍ରଥମ ଥର ପାଇଁ ନିଫ୍‌ଟି ୧୧ ହଜାର ୭ ଶହ ପଏଣ୍ଟ ଛୁଇଁଛି। ବିଶେଷ କରି ମେଟାର୍, ରାଷ୍ଟ୍ରାୟତ୍ତ ବ୍ୟାଙ୍କ, ଅଟୋ ସେକ୍ଟର ଓ କ୍ୟାପିଟାଲ ଗୁଡସ୍‌ ସେୟାରରେ ବୃଦ୍ଧି ହୋଇଛି। ୠଓଓ ବୃଦ୍ଧି ପାଇଥିବାରୁ ଏହାର ସକାରାତ୍ମକ ପ୍ରଭାବ ମାର୍କେଟରେ ପଡ଼ିଛି। ନୂଆ ଆର୍ଥିକ ବର୍ଷ ଆରମ୍ଭରୁ ସେୟାର ବଜାର ରେକର୍ଡ ସୃଷ୍ଟି କରିଛି।