ଭୟଙ୍କର ଦୁର୍ଘଟଣା। ଯାତ୍ରୀବାହୀ ଟ୍ରାଭେଲର ଓ ଗୋଟିଏ ଟ୍ରକ୍ ମଧ୍ୟରେ ହୋଇଛି ମୁହାଁମୁହିଁ ଧକ୍କା ହେବାରୁୂ ୨୦ ଜଣଙ୍କର ମୃତ୍ୟୁ ଘଟିଛି । ଆସାମର କାଜିରଙ୍ଗା ଅନ୍ତର୍ଗତ ରୋଙ୍ଗଜାନ ଠାରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଟ୍ରାଭେଲରରେ ଥିବା ଲୋକମାନେ ବୋକାଖଟରୁ ନାଗାଓଁ ଆଡ଼କୁ ଯାଉଥିବା ବେଳେ ଟ୍ରକଟି ବିପରୀତ ଦିଗରୁ ଆସୁଥିଲା। ଏହି ସମୟରେ ଦୁଇ ଗାଡ଼ି ପରସ୍ପର ସହ ପିଟି ହୋଇଯାଇଛି। ଟ୍ରାଭେଲରରେ ଅଧିକାଂଶ ଯାତ୍ରୀ ଛାତ୍ରଛାତ୍ରୀ ବୋଲି କୁହାଯାଉଛି। ଦୁର୍ଘଟଣା ଏତେ ଭୟଙ୍କର ରହିଛି ଯେ କିଛି ଯାତ୍ରୀ ଟ୍ରାଭେଲର ମଧ୍ୟରେ ଚାପି ହୋଇ ରହିଯାଇଛନ୍ତି। ଗାଡ଼ିଟି ପୂରା ଚୂରମାର ହୋଇଯାଇଛି। ଏବେ ସ୍ଥାନୀୟ ଲୋକ, ପୁଲିସ୍ ଓ ଉଦ୍ଧାରକାରୀ ଟିମ ସେମାନଙ୍କୁ ବାହାର କରିବାକୁ ଲାଗି ପଡ଼ିଛନ୍ତି। ଉଦ୍ଧାର ହୋଇଥିବା ମୃତାହତଙ୍କୁ କୋହୋରା ମଡେଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି।