ମିନି ମାରାଥନ ପାଈଁ ପ୍ରସ୍ତୁତି ବୈଠକ

ବଡ଼ଚଣା ଉନ୍ନୟନ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଆୟୋଜିତ ମୋ ବଡ଼ଚଣା ପକ୍ଷରୁ ଆଗମୀ ନଭେମ୍ବର ୧୪ ତାରିଖରେ ମିନି ମାରାଥନ ତଥା ଗଣଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହେବ। ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ଏହି ପ୍ରତିଯୋଗିତା ଗତ ବର୍ଷ କୌଣସି କାରଣରୁ ବନ୍ଦ ରହିଥିଲା କିନ୍ତୁ ଚଳିତ ବର୍ଷ ଅଧିକରୁ ଅଧିକ ଯୁବ ଛାତ୍ର ଯୋଗଦେବା ପାଇଁ କମିଟି ପକ୍ଷରୁ ଆହ୍ୱାନ ଦିଆ ଯାଇଛି। ଯାହାକୁ ନେଇ ବଡ଼ଚଣା ସ୍ଥିତ ଦୁର୍ଗା ମଣ୍ଡପ ଠାରେ ପ୍ରସ୍ତୁତି ବୈଠକ କରି ସୁଚନା ଦେଇଛନ୍ତି କ୍ରିୟାନୁଷ୍ଠାନ କମିଟିର ଅଧ୍ୟକ୍ଷ ମନୋରମା ଆଚାର୍ଯ୍ୟ ବଡ଼ଚଣା।