ଦୀପାବଳିର ରଙ୍ଗରେ ରଙ୍ଗୀନ ହୋଇଛି ସାରା ଦେଶ। ଏହି ଅବସରରେ ନିଜ ପରିବାର ସହ ଛୋଟି ଦୀପାବଳି ପାଳନ କରିଛନ୍ତି ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା। ନିଜ ପାର୍ଟନର ମାହିକା ଶର୍ମା ଓ ପୁଅ ଅଗସ୍ତ୍ୟଙ୍କ ସହ ଘରେ ପୂଜାର୍ଚ୍ଚନା କରି ଏହି ପର୍ବ ପାଳନ କରିଛନ୍ତି ହାର୍ଦ୍ଦିକ। ଏହି ଉତ୍ସବର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ପରେ ତାହା ଚର୍ଚ୍ଚାକୁ ଆସିଛି।
ସୋସିଆଲ ମିଡିଆରେ ସେୟାର ହୋଇଥିବା ଭିଡିଓରେ ହାର୍ଦ୍ଦିକଙ୍କୁ ପୂଜା ଥାଳି ଧରି ଆରତୀ କରୁଥିବା ଦେଖିବାକୁ ମିଳିଛି। ତାଙ୍କ ପାଖରେ ପୁଅ ଅଗସ୍ତ୍ୟ ହାତ ଯୋଡ଼ି ପ୍ରାର୍ଥନା କରୁଥିବା ବେଳେ ମାହିକା ମଧ୍ୟ ପୂଜାରେ ସାମିଲ ହୋଇଥିଲେ। ପରିବାରର ଏହି ସୁନ୍ଦର ମୁହୂର୍ତ୍ତ ଫ୍ୟାନ୍ସଙ୍କ ଧ୍ୟାନ ଆକର୍ଷଣ କରିଛି।
ଏହି ଉତ୍ସବର ଅନ୍ୟ ଏକ ଖାସ୍ ମୁହୂର୍ତ୍ତ ହେଉଛି ପୁଅ ଅଗସ୍ତ୍ୟ ନିଜ ବାପା ହାର୍ଦ୍ଦିକଙ୍କ ମଥାରେ ତିଳକ ଲଗାଉଥିବା ଦୃଶ୍ୟ। ଏହି ମୁହୂର୍ତ୍ତ ଫ୍ୟାନ୍ସଙ୍କ ମନ ଜିଣିଛି। ଦୀପାବଳି ଅବସରରେ ହାର୍ଦ୍ଦିକ ଓ ମାହିକା ନୀଳ ରଙ୍ଗର ପୋଷାକ ପିନ୍ଧିଥିବା ବେଳେ ଦୁହିଁଙ୍କ ଡ୍ରେସ୍ ଟ୍ୱିନିଂ ମଧ୍ୟ ଚର୍ଚ୍ଚାରେ ରହିଛି।
ହାର୍ଦ୍ଦିକ ପାଣ୍ଡ୍ୟା ଓ ମାହିକା ଶର୍ମାଙ୍କ ସମ୍ପର୍କକୁ ନେଇ ଗତ କିଛି ସମୟ ଧରି ଚର୍ଚ୍ଚା ଜାରି ରହିଛି। ଉଭୟ ସୋସିଆଲ ମିଡିଆରେ ଏକାଠି ଫଟୋ ଓ ଭିଡିଓ ସେୟାର କରୁଛନ୍ତି। ଅନ୍ୟପଟେ, ପୁଅ ଅଗସ୍ତ୍ୟଙ୍କ ସହ ହାର୍ଦ୍ଦିକଙ୍କ ଏହି ପାରିବାରିକ ମୁହୂର୍ତ୍ତ ମଧ୍ୟ ଫ୍ୟାନ୍ସଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।