ଭୁବନେଶ୍ୱର ସ୍ଥିତ ଗିଫ୍ଟ ଅଟୋନମୋସ କଲେଜରେ ଯାନ୍ତ୍ରିକ (Mechanical), ସିଭିଲ୍ (Civil) ଏବଂ କୃଷି ଇଞ୍ଜିନିୟରିଂ ବିଭାଗଗୁଡ଼ିକର ମିଳିତ ଆନୁକୂଲ୍ୟରେ, ଦୁଇ ଦିନିଆ “ସୁସ୍ଥାୟୀ ବିକାଶ ପାଇଁ ସବୁଜ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି (AGTSD-2026)” ଶୀର୍ଷକ ଏକ ରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏହି ଦୁଇଦିନିଆ ସମ୍ମିଳନୀର (AGTSD-2026) ମୁଖ୍ୟ ଉଦ୍ଦେଶ୍ୟ ହେଲା ସୁସ୍ଥାୟୀ ବା ସସ୍ଟେନେବଲ୍ ବିକାଶ (Sustainable Development) ପାଇଁ ସବୁଜ ପ୍ରଯୁକ୍ତିବିଦ୍ୟା (Green Technology) କ୍ଷେତ୍ରରେ ହୋଇଥିବା ଅଗ୍ରଗତି, ନୂତନ ଗବେଷଣା ଏବଂ ଚିନ୍ତାଧାରାଗୁଡ଼ିକୁ ଆଲୋଚନା କରିବା ତତ୍ ସହିତ ପ୍ରକୃତିର କ୍ଷତି ନକରି କିପରି ସିଭିଲ୍, ମେକାନିକାଲ୍ ଏବଂ କୃଷି କ୍ଷେତ୍ରରେ ଆଧୁନିକ ଟେକ୍ନୋଲୋଜି ବ୍ୟବହାର କରାଯାଇପାରିବ, ସେ ନେଇ ଗବେଷକମାନେ ନିଜର ଗବେଷଣା ପତ୍ର (Research Papers) ଉପସ୍ଥାପନ କରିବେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସ୍କୁଲ୍ ଅଫ୍ ମେକାନିକାଲ୍ ସାଇନ୍ସେସ୍, ଆଇଆଇଟି (IIT) ଭୁବନେଶ୍ୱର ପ୍ରଫେସର ଡ. ସ୍ୱରୂପ କୁମାର ମହାପାତ୍ର,ସେହିପରି ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷ OES, ଭୁବନେଶ୍ୱର ଡ. ଜେ. କେ. ପାଣିଗ୍ରାହୀ ଙ୍କ ସମେତ କଲେଜ୍ ର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।