ଭାରତ ଉପରେ ଲାଗିବ ୧୦୦ ପ୍ରତିଶତ ଟାରିଫ୍ !

ପୁଣି ବାଚାଳାମି କଲେ ଟମ୍ପ। ରୁଷ ବିରୁଦ୍ଧରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ। ଆମେରିକା ହାଉସରେ ରୁଷ ଉପରେ କଠୋର କଟକଣା ଲଗାଇବା ପାଇଁ ଏକ ବିଲ୍ ପାରିତ ହୋଇଛି। ଏହି ବିଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭାରତ ଏବଂ ଚୀନ୍ ଭଳି ଦେଶ ଉପରେ କଟକଣା ଲଗାଇବାକୁ ଅନୁମତି ଦେଉଛି।

ଗତକାଲି  ଆମେରିକା ସଂସଦର ହାଉସ୍ ଅଫ୍ ରିପ୍ରେଜେଣ୍ଟଟେଟିଭସ ରୁଷ ଅର୍ଥନୀତିର ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ କଟକଣା ଲଗାଉଥିବା ଏକ ପ୍ରମୁଖ ପ୍ୟାକେଜକୁ ଅନୁମୋଦନ କରିଛି । ଏହି ବିଲଟି ଦକ୍ଷିଣ କାରୋଲିନାର ସ୍ୱର୍ଗତ ସେନେଟର ଲିଣ୍ଡସେ ଗ୍ରାହାମଙ୍କ ନାମରେ ନାମିତ। ବିଲ୍ ସପକ୍ଷରେ ୨୬୨ ଏବଂ ବିପକ୍ଷରେ ୧୫୯ ଭୋଟ୍ ଦେଇଥିଲେ।

ଏବେ ଏହାକୁ ଆଇନରେ ପରିଣତ କରିବାକୁ ରାଷ୍ଟ୍ରପତି ଟ୍ରମ୍ପଙ୍କ ନିକଟକୁ ପଠାଯିବ । ଏହି ବିଲ୍ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରୁଷରୁ ତେଲ ଏବଂ ଗ୍ୟାସ କିଣୁଥିବା ପ୍ରମୁଖ ଦେଶଗୁଡ଼ିକ ଉପରେ ୧୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବାକୁ ଅନୁମତି ଦେଉଛି। ଯାହା ସବୁଠୁ ଅଧିକ ତୈଳ କ୍ରୟ କରୁଥିବା ଦେଶ ଭାରତ ଏବଂ ଚୀନ୍ ଉପରେ ଟାରିଫ୍ ବୋଝ ପକାଇବ।