ଦ୍ୱିତୀୟ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ରୀଙ୍କୁ ଶିକ୍ଷୟତ୍ରୀ ମାଡମାରି ଆଖି ନଷ୍ଟ କରିଦେଇଥିବା ନେଇ ଅଭିଯୋଗ ପରେ ବିଇଓ, ସିଆର ଶିଶି ଓ ପୋଲିସ ର ତଦନ୍ତ ଆରମ୍ଭ l ଏଭଳି ଦୁର୍ଭାଗ୍ୟ ଜନିତ ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଶିକ୍ଷା ମଣ୍ଡଳ ଅଧୀନରେ ଥିବା ସରକାରି ପ୍ରାଥମିକ ବିଦ୍ୟାଳୟରେ l ଅଭିଯୋଗ ଅନୁଯାୟୀ ସିରିପୂର୍ ଗ୍ରାମର ଅମୂଲ୍ୟ କୁମାର ସାମଲ ଙ୍କ ୯ ବର୍ଷର ଦିବ୍ୟା ଙ୍ଗ ଝିଅ ଦେବସ୍ମିତା ସିରିପୁର ସରକାରୀ ପ୍ରାଥମିକ ପ୍ରକଳ୍ପ ବିଦ୍ୟାଳୟରେ ତୃତୀୟ ଶ୍ରେଣୀରେ ପଢ଼ନ୍ତି l ତେବେ ଗତ ୩ ତାରିଖ ଦିନ ସେହି ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମମତା ଦେହୁରୀ ଦେବସ୍ମିତାଙ୍କୁ ମାଡମାରି ତାଙ୍କ ବାମ ଆଖି ନଷ୍ଟ କରିଦେଇଥିବା ନେଇ ତାଙ୍କ ବାପା ଅମୂଲ୍ୟ ମାହାଙ୍ଗା ଥାନା ଓ ବିଇଓ ଅଫିସରେ ଲିଖିତ ଅଭିଯୋଗ କରିଥିଲେ l
ତେବେ ଘଟଣାକୁ ଭିତ୍ତିକରି ବିଇଓ, ସି ଆର୍ ସି ସି ଓ ମାହାଙ୍ଗା ପୋଲିସ ଶିରିପୂର୍ ବିଦ୍ୟାଳୟ ରେ ପହଞ୍ଚି ତଦନ୍ତ ଚଳାଇଛନ୍ତି l ଅନ୍ୟ ପଟେ ପୀଡ଼ିତ ଦିବ୍ୟାଙ୍ଗ ଛାତ୍ରୀ ନିଜେ ଭିଡ଼ିଓ କରି ଏକ ବୟାନ ଦେଇଛନ୍ତି l ତେବେ ସେହିଦିନ ଠାରୁ ବର୍ତ୍ତମାନ୍ ପର୍ୟ୍ୟନ୍ତ ଡ଼ାକ୍ତର ଖାନାରେ ଚିକିତ୍ସିତ ହେଉଛନ୍ତି ପୀଡ଼ିତ l ଏପଟେ ନ୍ୟାୟ ସହ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି l ଏପଟେ ଏହି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ମାଡ଼ମାରିବା ଘଟଣା କୁ ଖଣ୍ଡନ କରି ସଫେଇ ଦେଇଛନ୍ତି l