( ରିପୋର୍ଟସଟୁଡେ): ସାଗ ଭିତରେ ପୋଇ ବଡ ସୁଆଦିଆ । ହେଲେ ପୋଇ ଅଧିକାଂଶ ଲୋକ ଖାଇବାକୁ ପସନ୍ଦ କରନ୍ତି ନାହିଁ । ହେଲେ ଏହି ପୋଇରେ ବହୁତ ଔଷଧୀୟ ଗୁଣ ରହିଛି । କାରଣ ପୋଇ ଖାଇବା ଶରୀର ପାଇଁ ଲାଭଦାୟକ । ଏଥିରେ ଭିଟାମିନ୍, କ୍ୟାଲୋରୀ, ପ୍ରୋଟିନ୍, କାର୍ବୋହାଇଡ୍ରେଟ୍, ଫ୍ୟାଟ୍, ଫାଇବର ଏବଂ ଆଇରନ ଥାଏ। ଏହା ସହ ପୋଇ ଶରୀରର ଅନେକ ସମସ୍ୟାକୁ ଦୂର କରିଥାଏ । ପ୍ରତିଦିନ ଏହାକୁ ଖାଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ଦୂର ହୋଇଥାଏ। ଏଥିରୁ ଶରୀରକୁ ଆହୁରି ଅନେକ ଉପକାର ମିଳିଥାଏ। ଚାଲନ୍ତୁ ସେ ବିଷୟରେ ଜାଣିବା।
• କିଛି ଲୋକ ପୋଇକୁ କେବଳ ଶରୀରରେ ହିମୋଗ୍ଲୋବିନ୍ ବଢ଼ାଇବା ପାଇଁ ବ୍ୟବହାର କରାଯାଏ ବୋଲି ଭାବିଥାନ୍ତି । କିନ୍ତୁ ଏଥିରେ ଅନେକ ପ୍ରକାରର ଉପକାରୀ ଗୁଣ ରହିଛି । ଏହା ହିମୋଗ୍ଲୋବିନ୍ ବଢ଼ାଇବା ସହ ହୃଦୟକୁ ମଧ୍ୟ ସୁସ୍ଥ ରଖିଥାଏ । ପୋଇ ଏନିମିଆ ରୋଗୀଙ୍କ ପାଇଁ ଔଷଧଠାରୁ ଅଧିକ ଲାଭଦାୟକ।
• ପୋଇ ଶରୀର ସହ କେଶ ପାଇଁ ଲାଭଦାୟକ ହୋଇଥାଏ । ଯେଉଁମାନଙ୍କର କେଶ ଝଡ଼ିବାର ସମସ୍ୟା ରହିଛି, ସେମାନେ ପୋଇକୁ ନିଜ ଖାଦ୍ୟରେ ସାମିଲ କରିବା ଉଚିତ୍ । ଯାହା ଶରୀରରେ ଆଇରନ୍ର ଅଭାବକୁ ଦୂର କରି କେଶ ଝଡ଼ିବା ରୋକିଥାଏ।
• ପୋଇ ତ୍ୱଚାର ଅନେକ ସମସ୍ୟା ଦୂର କରିଥାଏ । ପୋଇ ଏବଂ ଲେମ୍ବୁ ରସରେ କିଛି ବୁନ୍ଦାରେ ଗ୍ଲିସେରିନ୍ ମିଶାଇ ରାତିରେ ଶୋଇବା ପୂର୍ବରୁ ଲଗାନ୍ତୁ ।
• ପୋଇରେ ଫଲିକ୍ ଏସିଡ୍ ଏବଂ କ୍ୟାଲସିୟମ ଅଧିକ ମାତ୍ରାରେ ରହିଥାଏ। ତେଣୁ ଯଦି ଆପଣଙ୍କର ପାଇରିୟା ସମସ୍ୟା ରହିଛି, ତେବେ କଞ୍ଚା ପୋଇର ପତ୍ର ଚୋବାଇବା ଆରମ୍ଭ କରନ୍ତୁ ।
• ପୋଇ ରସରେ ଗାଜର ରସ ମିଶାଇ ପିଇବା ଦ୍ୱାରା ପେଟର ଚର୍ବି କମ୍ ହୋଇଥାଏ। ଯଦି ଆପଣ ମୋଟାପଣ ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ପୋଇ ରସ ସହ ଗାଜର ବା ଲେମ୍ବୁ ରସ ମିଶାଇ ପିଇ ପାରିବେ।