ଅଙ୍ଗ କଳିଙ୍ଗ ପରେ ବିଜେପି ର ବଙ୍ଗ ଦାଖଲ ପ୍ରସଙ୍ଗ ରେ ପ୍ରତିକ୍ରିୟା ପ୍ରକାଶ କରି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମାଗାଲିଂ ପଶ୍ଚିମ ବଙ୍ଗର ସମସ୍ତ ଜନସାଧାରଣ ଙ୍କୁ ଧନ୍ୟବାଦ ଦେଇଛନ୍ତି । ସେ କହିଛନ୍ତି ଯେ, ପୁରା ବେଙ୍ଗଲ ମୋଦି ମୟ । ଲୋକ ଙ୍କ ନାରା ଥିଲା ଚାହେଁ ମୋଦି ସରକାର, ପଲଟନ ଦରକାର । ଲୋକେ ସିଣ୍ଡିକେଟ ବିରୋଧ ରେ ଏବଂ ଦେଶର ସୁରକ୍ଷା ପାଇଁ ଲୋକେ ଭୋଟ ଦେଇଛନ୍ତି । ସେଠାରେ ନାରୀ ସୁରକ୍ଷା , ଦେଶର ସୁରକ୍ଷା ଏବଂ ଲୋକ ଙ୍କ ସୁରକ୍ଷା ପାଇଁ ସୁଶାନ ପାଇଁ ଲୋକେ ଭୋଟ ଦେଇଛନ୍ତି । ଖଡ଼ଗପୁର , ହୁଗୁଳି ହାୱଡା ଆଦି ସ୍ଥାନ ରେ ଭଲ ଟ୍ରେଣ୍ଡ ରହିଛି । ନିଶ୍ଚିତ ଭାବରେ ସେଠାରେ ବିଜେପି ସରକାର ଗଠନ କରିବ । ବିଜେପି ପ୍ରତିଶ୍ରୁତି ଦେଇଛି ସେଠାରେ ନାରୀ ସୁରକ୍ଷା ଦେଶ ସୁରକ୍ଷା ସହ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବେ । ବେଙ୍ଗଲ ଏକମାତ୍ର ରାଜ୍ୟ ଯୋଉଠି ଆୟୁଷ୍ମାନ ଯୋଜନା ଲାଗୁ ହୋଇନାହିଁ । ନୂଆ ସରକାର ଗଠନ ପାରେ ସେଠାରେ ଏହି ଯୋଜନା ତୁରନ୍ତ ଲାଗୁ କରାଯିବ । ବେଙ୍ଗଲ ରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ପଛୁଆ ଥିବା ଯୋଗୁ ସେଠାକାର ଲୋକଙ୍କ ମନ ରେ କ୍ଷେଭ ଥିଲା । ସେଥିପାଇଁ ଲୋକେ ସରକାର ପରିବର୍ତ୍ତନ କରିଛନ୍ତି । ବେଙ୍ଗଲ ରେ ବିଜେପି ର ବିଜୟ ପରେ ଏବେ ସାରା ଦେଶ ଗୌରିକମୟ । ବିଜେପି ପ୍ରତି ଲୋକଙ୍କ ଆସ୍ଥା ବଢ଼ୁଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି।