ଅନୁଗୋଳ ଜିଲ୍ଲା କିଶୋର ନଗର ବ୍ଲକ୍ ଅନ୍ତର୍ଗତ ହଣ୍ଡପା ଥାନା ପରିସରରେ ଆଜି ନୂତନ ଭାବେ ଏକ ଜଳ ଛତ୍ର ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଆଠମଲ୍ଲିକ ଏସଡିପିଓ ସୁଶାନ୍ତ ତାଉଡ଼ିଆ ଯୋଗଦେଇ ଉଦଘାଟନ କରିଥିଲେ ।ଏହି ଅବସରରେ ହଣ୍ଡପା ଥାନା ଅଧିକାରୀ ଶ୍ରୀଯୁକ୍ତ ରାଜେଶ ଶତପଥୀ ବଇଣ୍ଡା ଫାଣ୍ଡି ଅଧିକାରୀ ତପନ କୁମାର ରାଏ ହଣ୍ଡପା ଥାନା ଏ ଏସ ଆଇ ପ୍ରକାଶ ବାରିକ ଓ ଥାନାର ସମସ୍ତ କର୍ମଚାରୀ ଓ ହଣ୍ଡପା ସରପଞ୍ଚଙ୍କ ପ୍ରତିନିଧି ବିଶ୍ୱରଞ୍ଜନ ପ୍ରଧାନ, ସମିତିସଭ୍ୟ ଆନୁକୁଲ୍ୟ ବେହେରା ମଧ୍ୟ ଉପସ୍ଥିତ ରହି ହଣ୍ଡପା ଅଞ୍ଚଳର ବାଟୋଇ ମାନଙ୍କୁ ଜଳ ବଣ୍ଟନ କରିଥିଲେ । ଅନୁଗୋଳ ଜିଲ୍ଲା ଆରକ୍ଷ ଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀଯୁକ୍ତ ତାଉଡିଆ ଏଠାରେ ଜଳଯୋଗାଣ କରି ଏକ ପୁଣ୍ୟ ଅର୍ଜନ କରିବା ବୋଲି ଆମକୁ ବାର୍ତ୍ତା ଦେଲେ ।