ତେଲେଙ୍ଗାନାର SEEEPC ସର୍ଭେରେ ପ୍ରାୟ ୧୨ ଲକ୍ଷ ଲୋକ ‘ନୋ କାଷ୍ଟ’ ବାଛିଛନ୍ତି

ତେଲେଙ୍ଗାନା ସାମାଜିକ, ଅର୍ଥନୈତିକ, ଶିକ୍ଷାଗତ, ନିଯୁକ୍ତି, ରାଜନୈତିକ ଏବଂ ଜାତି (SEEEPC) ସର୍ଭେ 2024 ର ସବୁଠାରୁ ଅପ୍ରତ୍ୟାଶିତ ଫଳାଫଳ ମଧ୍ୟରେ ଏକ ବିଶାଳ ଏବଂ ବିବିଧ ନାଗରିକ ଗୋଷ୍ଠୀର ଆବିର୍ଭାବ ହେଉଛି ଯେଉଁମାନେ “ନା କାଷ୍ଟ” ଥିବା ଭାବରେ ପରିଚୟ ଦିଅନ୍ତି। ତେଲେଙ୍ଗାନାର ଦଶମ ସର୍ବବୃହତ ସମ୍ପ୍ରଦାୟ, ପ୍ରାୟ 12 ଲକ୍ଷ ବ୍ୟକ୍ତି ନିଜକୁ ପାରମ୍ପାରିକ ଜାତି ବର୍ଗ ମଧ୍ୟରେ ରଖିବାକୁ ମନା କରିଦେଲେ। ବରଂ ସେମାନଙ୍କଠାରୁ ଅଧିକ ଏକ ନାଗରିକ ପରିଚୟ ବାଛିଲେ।

ତେବେ ନିଜକୁ ଜାତିବିହୀନ ଘୋଷଣା କରୁଥିବା ଏପରି ଲୋକଙ୍କ ସଂଖ୍ୟାର ଅଧାରୁ ଅଧିକ ସରକାରୀ ସୁବିଧା ସୁଯୋଗ ହାସଲ ନିମନ୍ତେ ଜାତି ସମ୍ପର୍କିତ କାଗଜପତ୍ର କିନ୍ତୁ ସାଙ୍ଗରେ ରଖିଛନ୍ତି। ଏପରି ଜନସଂଖ୍ୟା ମଧ୍ୟରୁ ଅଧିକାଂଶ ଗ୍ରେଟର ହାଇଦ୍ରାବାଦ ଓ ଆଖପାଖରେ ବସବାସ କରୁଛନ୍ତି ଓ କମ୍ପୋଜିଟ ବ୍ୟାକୱାରର୍ଡନେସ ସୂଚକାଙ୍କ (ସିବିଆଇ)ରେ ଏମାନେ ସବୁଠୁ କମ ପଛୁଆ ବର୍ଗରେ ଥିବାର ଜଣାପଡିଛନ୍ତି। ଏପରି ଲୋକେ ପୂର୍ବରୁ ଉଚ୍ଚଶିକ୍ଷା, ଉଚ୍ଚବେତନର ଚାକିରୀ ସାଙ୍ଗକୁ ସାମାଜିକ ଓ ଆର୍ଥିକ ସ୍ତରରେ ବେଶ୍ ସମ୍ପନ୍ନ ବୋଲି ଜଣାପଡିଛନ୍ତି।

ତେବେ ସର୍ଭେକ୍ଷଣରେ ଜାତିହୀନ ବିକଳ୍ପକୁ ଏକ ଖାଲି ଉତ୍ତର ରୂପେ ନୁହେଁ ବରଂ ଏବେ ଏକ ସ୍ୱତନ୍ତ୍ର ସାମାଜିକ ଘଟଣା ରୂପେ ଦେଖା ଯାଉଛି ଓ ପ୍ରଶାସନିକ ରୂପେ ଏପରି ଲୋକଙ୍କ ସମୂହକୁ ଅନ୍ୟ ଜାତି ବା ଅଦର କାଷ୍ଟ (ଓସି) ଶ୍ରେଣୀରେ ରଖା ଯାଇଛି। ତେବେ ଏପରି ପରିଚୟ ମୂଳରେ ମଧ୍ୟ ଏକ ବିରୋଧାଭାସ ରହିଛି। ନିଜକୁ ଜାତି ବିହୀନ ଦର୍ଶାଉଥିବା ୪୩.୩% ଲୋକଙ୍କ ପାଖରେ ଏବେବି ଜାତି ସମ୍ପର୍କିତ ପ୍ରମାଣପତ୍ର ରହିଛି।

ଏହି ସମୂହ ଶିକ୍ଷା ମାମଲାରେ ବେଶ୍ ଭଲ ସ୍ଥିତିରେ ଅଛନ୍ତି। ସର୍ଭେକ୍ଷଣ ଅନୁସାରେ ଜାତି ବିହୀନ ଜନସଂଖ୍ୟାରେ ୩୦.୨% ପ୍ରାଥମିକ ଶିକ୍ଷା ପ୍ରାପ୍ତ କରିଛନ୍ତି। ଏଥିରେ ଏହା ବି କୁହାଯାଇଛି ଯେ ୩୬.୮% ଲୋକଙ୍କ ପାଖରେ ଡିପ୍ଲୋମା ଅଥବା ଉଚ୍ଚଶିକ୍ଷା ସାର୍ଟିଫିକେଟ ଅଛି। ଏଣୁ ଏହି ସମୂହ ରାଜ୍ୟରେ ହାରାହାରି ଉନ୍ନତ ସ୍ଥିତିରେ ଅଛନ୍ତି। ସେହିପରି ରୋଜଗାର କ୍ଷେତ୍ରରେ ଦେଖିଲେ ଜାତିହୀନ ସମୂହର ୭.୭% ସରକାରୀ ଦପ୍ତରମାନଙ୍କରେ କାର୍ଯ୍ୟରତ।

ସାର୍ବଜନିକ କ୍ଷେତ୍ରର ଚାକିରୀ ସହିତ ଚିକିତ୍ସା ଓ ସଫ୍ଟୱେର କ୍ଷେତ୍ରରେ ଏହି ସମୂହର ବେଶ୍ ଭଲ ଉପସ୍ଥିତି ରହିଛି। ଏହି ସମୂହର ୨୨.୯% ଲୋକେ ଆଇଏଏସ ଓ ଆଇପିଏସ୍ ଭଳି ସିଭିଲ ସର୍ଭିସ କ୍ଷେତ୍ରରେ ଥିବା ବେଳେ ୧୩.୨% କେନ୍ଦ୍ର ସରକାରୀ ପଦପଦବୀରେ, ୯.୩% ବିଚାରବିଭାଗରେ, ୯.୯% ସୂଚନା ଓ ପ୍ରଯୁକ୍ତି କ୍ଷେତ୍ରରେ କାମ କରୁଥିବା ସର୍ଭେକ୍ଷଣରୁ ଜଣାପଡିଛି। ଜାତିହୀନ ସମୂଦାୟର ୨୯% ଆୟକରଦାତା ଅଟନ୍ତି। ଏହି ସବୁ ତଥ୍ୟକୁ ମିସାଇ ଦେଖିଲେ ଏହି ଜାତିହୀନ ସମୂହ କମ ପଛୁଆ ବର୍ଗର। ସର୍ଭେକ୍ଷଣ ଅନୁସାରେ ବିନା ଜାତିର ଲୋକଙ୍କ ପରିବାର ମଧ୍ୟରୁ ୪.୩%ଙ୍କ ନିଜସ୍ୱ କାର ଅଛି। ଏହି ସମୂହର ୪୭.୬% ଲୋକଙ୍କ ୨ ବା କମ କୋଠରୀର ଘର ରହୁଛନ୍ତି। ସେହିପରି ୨୩.୨% ଲୋକେ ୩ ବଖୁରିଆ ବା ତତୋଧିକ ଘରେ ବସବାସ କରୁଛନ୍ତି। ଏଥିରୁ ଜଣାପଡୁଛି ଯେ ଏପରି ପରିବାରଙ୍କ ମଧ୍ୟରେ ବାସହୀନଙ୍କ ସଂଖ୍ୟା ସବୁଠୁ କମ୍।