ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ…

କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀର ରଘୁନାଥ ବିଦ୍ୟାପୀଠ କୋଠପଦା ଠାରେ ଏକ ରକ୍ତଦାନ ଶିବିର ଆୟୋଜିତ ହେବା ଦେଖିବାକୁ ମିଳିଥିଲା। ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଓ ଗଣକବି ବୈଷ୍ଣବ ପାଣି କ୍ଲବ କୋଠପଦାର ମିଳିତ ସହଯୋଗରେ ଏହି ଶିବିରରୁ ୪0 ୟୁନିଟ ରକ୍ତ ସଂଗ୍ରହ କରାଯାଇପାରିଛି । ବିଦ୍ୟାଳୟର ପୁରାତନ ଛାତ୍ର କିଶୋର ଚନ୍ଦ୍ର ଦାଶ,ପୁରାତନ ଛାତ୍ର ମହେନ୍ଦ୍ର କୁମାର ମହାନ୍ତି, ପୁରାତନ ଛାତ୍ର ସୁଧୀର କୁମାର ମହାନ୍ତି,ସାମାଜିକକର୍ମୀ ଅଖିଳେଶ ମହାନ୍ତି,ପ୍ରଧାନଶିକ୍ଷକ ପ୍ରତାପ କିଶୋର ନାୟକ,ସମାଜସେବୀ ଅଫସର ତୁଲ୍ଲା,ପୂର୍ବତନ ସରପଞ୍ଚ ହେମନ୍ତ ପ୍ରଧାନ, ପୁରାତନ ଛାତ୍ର ଗଣେଶ ବିହାରୀ, ସୁଧାଂଶୁ ପାଣି, ଜିତେନ୍ଦ୍ର ନାଥ ମହାନ୍ତି,ବିଜୟ ମହାପାତ୍ର,ଅଜୟ ନନ୍ଦ,ଜଗନ୍ନାଥ ନାୟକ,ବାସୁଦେବ ପୃଷ୍ଟି,ପ୍ରିୟ ରଞ୍ଜନ ଦାସ,ଦୀପକ ରଞ୍ଜନ ଦାସ,ନିରଞ୍ଜନ ମୁଦୁଲି,କିଶୋର ଚନ୍ଦ୍ର ଦାସ, ଅଜୟ ବିହାରୀ,ଦେବେନ୍ଦ୍ର ଓଝା, ପ୍ରମୁଖ ଏହି ରକ୍ତଦାନ ଶିବିରରେ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିବା ସହିତ ଗ୍ରାମାଞ୍ଚଳରେ ରକ୍ତଦାନ ପାଇଁ ଜନ ସଚେତନତା ଜରୁରୀ ବୋଲି ଥିଲେ କଟକ ରେଡ଼କ୍ରସ ପକ୍ଷରୁ ଡାକ୍ତର ଅବିନାଶ ଦାସ,ଟେକନିସିଆନ ସୌମ୍ୟରଂଜନ ସାହୁ,ପ୍ରସନ୍ନ ସ୍ୱାଇଁ ଏବଂ ପିତାମ୍ବର ସ୍ୱାଇଁ ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ । ସଂଗୃହିତ ରକ୍ତକୁ ରକ୍ତ ଭଣ୍ଡାରକୁ ଯୋଗାଇ ଦିଆଯିବ ବୋଲି ଡାକ୍ତରମାନେ ସୂଚନା ଦେଇଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ମାନଙ୍କ ଦ୍ୱାରା ଏଭଳି ଏକ ରକ୍ତଦାନ ଶିବିର ଆୟୋଜନ ମାଧ୍ୟମରେ ଆଗ୍ରହୀ ରକ୍ତଦାତା ମାନଙ୍କୁ ଏକତ୍ରିତ କରାଯାଇ ଥିବାରୁ ଏହାକୁ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଥିଲେ ।