ବୃଦ୍ଧ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇର ମୃତ୍ୟୁ । ଆଜି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଅନ୍ତର୍ଗତ ଜଲିଆ ଦ୍ରହ ଗ୍ରାମରେ ବଡ଼ ଭାଇଙ୍କ ମୃତ୍ୟୁ ଖବର ଶୁଣି ସାନ ଭାଇ ସୁଦର୍ଶନ ସାହୁଙ୍କ ମୃତ୍ୟୁ ହୋଇ ଯାଇଛି । ଫଳରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ନୀଳମଣି ସାହୁ ବୌଦ୍ଧ ଜିଲ୍ଲା କଣ୍ଟାମାଲରେ ବସବାସ କରୁଥିଲେ ଓ ତାଙ୍କ ଭାଇ ସୁଦର୍ଶନ ସାହୁ ଜଳିଆ ଦର୍ହ ଗ୍ରାମରେ ରହୁଥିଲେ । ବଡ଼ ଭାଇର ଦେହ ଅସୁସ୍ଥ ହେବା ପରେ ସାନ ଭାଇ ସୁଦର୍ଶନ କଣ୍ଟାମାଲ ଯାଇ ଦୀର୍ଘ ଦିନ ଧରି ତାଙ୍କର ସେବା କରୁଥଲେ । ତେବେ ଗୁରୁବାର ରାତି ୩ ଟା ସମୟ ରେ ବଡ ଭାଇ ନୀଳମଣି ସାହୁଙ୍କ ମୃତ୍ୟୁ ହୋଇ ଯାଇଥିଲା । ବଡ଼ ଭାଇର ମୃତ୍ୟୁ ଖବର ଶୁଣି ସାନ ଭାଇ ଅତ୍ୟନ୍ତ ଭାବାରେ ବିଭୋର ହୋଇ ଯାଇଥିଲେ ଏବଂ ୩.୧୫ ମିନିଟ ସମୟରେ ସେ ମଧ୍ୟ ମୃତ୍ୟୁବାରଣ କରିଥିଲେ । ଘଟଣା ପରେ ଅଞ୍ଚଳରେ ସୋକର ଛାୟା ଖେଳିଯାଇଛି ।