ପୁଣି ଭୁବନେଶ୍ୱର ଏୟାରପୋର୍ଟରୁ ଜବତ ହୋଇଛି ଗଞ୍ଜେଇ । ଆମ୍ବସଢା ଆଳରେ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ୬ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ହୋଇଛି । ଚଢାଉରେ ଦୁଇ ଜଣ ତାମିଲନାଡୁର ଦୁଇ ଯାତ୍ରୀଙ୍କୁ ଧରିଛି ରାଜସ୍ୱ ଗୁଇନ୍ଦା ନିର୍ଦ୍ଦେଶାଳୟ (DRI) ଟିମ୍ । ମଙ୍ଗଳବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବ୍ୟାଙ୍କକରୁ ଆସୁଥିବା ଦୁଇଜଣ ଯାତ୍ରୀଙ୍କୁ ଅଟକାଇ ୬ କିଲୋଗ୍ରାମ ଉଚ୍ଚ-ଗ୍ରେଡ୍ ହାଇଡ୍ରୋପୋନିକ୍ ୱେଡ ବା ଗଞ୍ଜେଇ ଜବତ କରିଛି DRI ।ଦୁଇ ଯାତ୍ରୀ ଟ୍ରଲି ବ୍ୟାଗରେ ସିକ୍ରେଟ ଚାମ୍ବରରେ ଗଞ୍ଜେଇ ରଖି ଚାଲାଣ କରୁଥିଲେ । ଉଭୟ ବ୍ୟକ୍ତିଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ତେବେ ପୂର୍ବରୁ ବହୁବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଉଚ୍ଚ-ଗ୍ରେଡ୍ ହାଇଡ୍ରୋପୋନିକ୍ ୱେଡ ବା ଗଞ୍ଜେଇ ଜବତ ହୋଇଥିବା ବେଳେ ପୁଣି ଥରେ ଗଞ୍ଜେଇ ଚାଲାଣ ଘଟଣା ପଦାକୁ ଆସିବା ପରେ ଭୁବନେଶ୍ବରକୁ ନିଶା ହବ୍ରେ ପରିଣତ କରିବା ପାଇଁ ଅନ୍ତର୍ଜାତୀୟ ସ୍ତରରେ ଚକ୍ରାନ୍ତ ଚାଲିଥିବା ସ୍ପଷ୍ଟ ହୋଇଛି ।