ପ୍ରଥମ ପର୍ଯ୍ୟାୟରେ ବାହାରିଲେ ୨୫ ଶହ ରୁ ତିନି ହଜାର ଅଲିଭ ରିଡିଲ କଇଁଛ ଶାବକ

ଅଣ୍ଡାରୁ ବାହାରିଲେ କଇଁଛ ଶାବକ । ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସିଆଣ୍ଡ ,ବାଲିଅଁଳା ,ଖିରିସାହି ସମୁଦ୍ର କୂଳରେ ଥିବା ଅସ୍ଥାୟୀ କଇଁଛ ସୁରକ୍ଷା ଶିବିର ରୁ ବାହାରିଲେ ପ୍ରଥମ ପର୍ଯ୍ୟାୟରେ ୨୫ ଶହ ରୁ ତିନି ହଜାର ଅଲିଭ ରିଡିଲ କଇଁଛ ଶାବକ । ଗତ ଫେବୁଆରି ମାସ ଠାରୁ ଅଲିଭ ରିଡିଲେ କଇଁଛ ମାନେ ସମୁଦ୍ର କୂଳକୁ ଆସି ଅଣ୍ଡାଦେଇ ଚାଲିଯାଇଥିଲେ । ବନ ବିଭାଗ କର୍ମଚାରୀ ମାନେ  କୁତ୍ରିମ ହାଚେରି  କରି ଅଣ୍ଡାକୁ ସଂଗ୍ରହ କରି ସୁରକ୍ଷିତ ସ୍ଥାନରେ ରଖିଥିଲେ । ବର୍ତ୍ତମାନ ଦୀର୍ଘ ୪୫ ରୁ ୫୦ ଦିନ ପରେ ସଂଗୃହିତ ଅଣ୍ଡାଗୁଡିକରୁ ଛୁଆ ଫୁଟି ପାଖାପାଖି ତିନି ହଜାର କଇଁଛ ଶାବକ ସମୁଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି ।