ଦୁର୍ନୀତି ଏବଂ ପଦ୍ଧତିଗତ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରୁଥିବା ଏକ ଅଧ୍ୟାୟକୁ ନେଇ ବିବାଦ ପରେ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT) ସୋମବାର (ମାର୍ଚ୍ଚ 10) ଏକ ସାର୍ବଜନୀନ କ୍ଷମା ପ୍ରାର୍ଥନା ଜାରି କରିଛି ଏବଂ ସଦ୍ୟ ପ୍ରକାଶିତ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ପ୍ରତ୍ୟାହାର କରିଛି ଏବଂ ପୁସ୍ତକରେ ଆଉ ସେହି ବିବାଦୀୟ ଅଧ୍ୟାୟ ଅନ୍ତର୍ଭୁକ୍ତ ନାହିଁ । ନ୍ୟାୟପାଳିକା ସମ୍ବନ୍ଧୀୟ ବିବାଦୀୟ ଚାପ୍ଟରକୁ ନେଇ NCERT ନିର୍ଦ୍ଦେଶକ ଓ ସଦସ୍ୟ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଛନ୍ତି ।

ଏନସିଇଆରଟି ଏକ୍ସ ରେ ଟ୍ୱିଟ୍ କରିଛି ଯେ ଏହା ସମ୍ପ୍ରତି ଏକ ସାମାଜିକ ବିଜ୍ଞାନ ପାଠ୍ୟପୁସ୍ତକ, “The Discovery of Society: India and Beyond” ଶ୍ରେଣୀ 8 (ଭାଗ II) ପ୍ରକାଶ କରିଥିଲା । ଏଥିରେ “The Role of the Judiciary in Our Society” ଶୀର୍ଷକ ଅଧ୍ୟାୟ IV ଅନ୍ତର୍ଭୁକ୍ତ ଥିଲା । ଏନସିଇଆରଟିର ନିର୍ଦ୍ଦେଶକ ଏବଂ ସଦସ୍ୟମାନେ ଉକ୍ତ ଅଧ୍ୟାୟ IV ପାଇଁ ନିଃସର୍ତ୍ତ ଏବଂ ସମ୍ପୂର୍ଣ୍ଣ କ୍ଷମା ପ୍ରାର୍ଥନା କରୁଛନ୍ତି । ସମ୍ପୂର୍ଣ୍ଣ ପୁସ୍ତକଟି ପ୍ରତ୍ୟାହାର କରାଯାଇଛି ଏବଂ ଆଉ ଉପଲବ୍ଧ ନାହିଁ । ବିବାଦୀୟ ଅଧ୍ୟାୟକୁ ନେଇ ସୁପ୍ରିମକୋର୍ଟ କ୍ଷୁବ୍ଧ ହୋଇଥିବା ବେଳେ ଏଥିପାଇଁ କିଏ ଉତ୍ତରଦାୟୀ ବୋଲି ଜଣାଇବାକୁ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ।
