ହୋଲି ପୂର୍ବରୁ କରନ୍ତୁ ଏହି କାମ, ପ୍ରଶନ୍ନ ହେବେ ମା ଲକ୍ଷ୍ମୀ

ଭୁବନେଶ୍ଵର: ଭାରତରେ ରଙ୍ଗର ପର୍ବ ହୋଲି ଖୁବ୍ ଧୁମାଧାମରେ ପାଳନ କରାଯାଏ । ଦୁଇ ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ହୋଲିର ଗୋଟିଏ ଦିନ ପୂର୍ବରୁ ହୋଇଥାଏ ହୋଲିକା ଦହନ୍ । ଯାହାକୁ ଅନେକ ସ୍ଥାନରେ ଛୋଟି ହୋଲି ମଧ୍ୟ କୁହାଯାଏ । ଏହି ଦିନ ଲୋକମାନେ ହୋଲିକାଙ୍କୁ ପୂଜା କରନ୍ତି । ଚଳିତ ଥର ହୋଲି ପର୍ବ ମାର୍ଚ୍ଚ ୪ ତାରିଖରେ ପଡୁଛି । ଲୋକକଥାନୁଯାୟୀ, ହୋଲିକା ଦହନ୍ ଦିନ କିଛି ବିଶେଷ ଉପାୟ କଲେ ଅନେକ ସମସ୍ୟାରୁ ମୁକ୍ତି ମିଳିଥାଏ । ହୋଲି ସହିତ ଜଡିତ କିଛି ଖାସ୍ ଉପାୟ ବିଷୟରେ ଜାଣନ୍ତୁ…

ହୋଲି ଦିନ ଗରିବ ଏବଂ ଅଭାବୀ ଲୋକଙ୍କୁ ଦାନ କରିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ | ଏଭଳି କରିବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଏକ ସକରାତ୍ମକ ପ୍ରଭାବ ସହିତ ମାନସିକ ଶାନ୍ତି ମଧ୍ୟ ମିଳିଥାଏ । ଅନେକ ସମୟରେ କଠିନ ପରିଶ୍ରମ ପରେ ମଧ୍ୟ ଚାକିରି, ବ୍ୟବସାୟ କିମ୍ବା ବୃତ୍ତିରେ ସନ୍ତୁଷ୍ଟି ମିଳେ ନାହିଁ । ଏଭଳି ସମସ୍ୟା ଥିଲେ ହୋଲିକା ଦହନରେ ପୂଜା ବେଳେ ନଡ଼ିଆକୁ ଅଗ୍ନିରେ ଦାହ କରନ୍ତୁ । ଏହା ପରେ ହୋଲିକା ଚାରିପଟେ ସାତଥର ଘୁରନ୍ତୁ । ଶାସ୍ତ୍ର ଅନୁଯାୟୀ ଏଭଳି କଲେ ସବୁ ସମସ୍ୟାରୁ ମୁକ୍ତି ମିଳିବ ।

ହୋଲିକା ଦହନ ଦିନ ଠାରୁ ହୋଲି ପର୍ବ ଆରମ୍ଭ ହୋଇଥାଏ। ଆର୍ଥିକ ସ୍ଥିତି ସୁଧାରିବା ସହ ଘରେ ସୁଖ ଏବଂ ଶାନ୍ତି ଆଣିବାକୁ ଚାହୁଁଛନ୍ତି ତେବେ ହୋଲିକା ଦହନ ଦିନ ପୂଜା ସମୟରେ ବାଦାମ ଏବଂ ମିଠାକୁ ପ୍ରସାଦ ଭାବେ ଅର୍ପଣ କରନ୍ତୁ । ହୋଲିକା ଦହନ ଦିନ ପୂଜା ସମୟରେ ଅଗ୍ନିରେ ପାନ ପତ୍ର ଏବଂ ନଡିଆ ଅର୍ପଣ କରନ୍ତୁ । ଏପରି କରିବା ଦ୍ୱାରା ଆପଣଙ୍କୁ ଶୁଭ ଫଳ ମିଳିବ।କୁହାଯାଏ ହୋଲିକା ଦହନ ରେ ଅଗ୍ନିର ପାଉଁଶକୁ ଘରକୁ ଆଣି ସୋରିଷ ମଞ୍ଜି ଏବଂ ଲୁଣ ମିଶାଇ ସ୍ୱଚ୍ଛ ତଥା ଶୁଦ୍ଧ ସ୍ଥାନରେ ରଖନ୍ତୁ । ଏହାଦ୍ୱାରା ଘରୁ ସବୁ ନକରାତ୍ମକ ଶକ୍ତି ଦୂରେଇ ଯିବ ।