ଭୁବନେଶ୍ଵର: କଂଗ୍ରେସରୁ ମହମ୍ମଦ ମୋକିମ୍ ସମର୍ଥକ ସମୂହ ଇସ୍ତଫା ଦେଇଛନ୍ତି। ମୋଟ ୪୧ ଜଣ କଂଗ୍ରେସ ନେତାଙ୍କ ସମୂହ ଇସ୍ତଫା ଦେଇଥିବା ସୂଚନା ମିଳିଛି। ପୂର୍ବତନ ପିସିସି ସମ୍ପାଦକ, ପୂର୍ବତନ ମୁଖପାତ୍ର, ପୂର୍ବତନ ବ୍ଲକ ସଭାପତିଙ୍କ ଇସ୍ତଫା ଦେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷେ, କିଛି ଯୁବ ଓ ଛାତ୍ର କର୍ମକର୍ତ୍ତା ମଧ୍ୟ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।

ଏବେ ଦଳର ୪୧ ନେତା ସମୂହଭାବେ କଂଗ୍ରେସ ଛାଡ଼ିଛନ୍ତି । ତେବେ ଏମାନେ ସମସ୍ତେ ମହମ୍ମଦ ମୋକିମ୍ଙ୍କ ସମର୍ଥକ ବୋଲି ସୂଚନା ମିଳିଛି । ସେପଟେ ଏହି ୪୧ ଜଣଙ୍କ ମଧ୍ୟମରେ ରହିଛନ୍ତି ମୁଖପାତ୍ର, ଯୁବ ନେତା, ପୂର୍ବତନ ପିସିସି ସଂପାଦକ, ପୂର୍ବତନ କର୍ପୋରେଟର ଏବଂ ବ୍ଲକ ଅଧ୍ୟକ୍ଷ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ଏହିସବୁ ତୃଣମୂଳ ସ୍ତରର ନେତାଙ୍କ ଇସ୍ତଫା ଦେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି । ସେପଟେ ମହମ୍ମଦ ମୋକିମ ନୂଆ ଦଳ ଗଠନ କରିବା ନେଇ ପୂର୍ବରୁ ସୂଚନା ଦେଇ ସାରିଛନ୍ତି । ନିକଟରେ ରାଜଧାନୀରେ ଏକ ଯୁବ ସମାବେଶ କରି ନିଜର ଶକ୍ତି ପ୍ରଦର୍ଶନ କରିଥିଲେ । ଏବେ ପୁଣି ୪୧ ଜଣ ସମର୍ଥକ ସମୂହଭାବେ ଦଳ ଛାଡ଼ିବା ଆଗାମୀ ଦିନରେ କଂଗ୍ରେସ ଉପରେ କଣ ପ୍ରଭାବ ପକାଉଛି ଏହା ଉପରେ ରହିଛି ସମସ୍ତଙ୍କ ନଜର ।