୧୮ ତାରିଖ ସୁଦ୍ଧା ସୁଭଦ୍ରା ଟଙ୍କା

୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କାଜ୍ଝ ଗତକାଲି ମୁଖ୍ୟମନ୍ତ୍ରୀ କହିଥିବା ବେଳେ, ଆଜି ସୁଭଦ୍ରାକୁ ନେଇ ଉପମୁଖ୍ୟମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ୪ଲକ୍ଷ ୫୭ହଜାର ୬୮୧ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ତାଲିକାରେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ହିତାଧିକାରୀଙ୍କୁ ସାମିଲ କରାଯାଇଥିବାରୁ, ସେମାନେ ମଧ୍ୟ ପାଇବାକୁ ଯାଉଛନ୍ତି ପ୍ରଥମ କିସ୍ତି । ପ୍ରଥମ ଓ ଦ୍ୱତୀୟ କିସ୍ତିରୁ ବାଦ ପଡ଼ିଥିବା ୨ ଲକ୍ଷ ୫୫ ହଜାର ୨୬୫ ଜଣଙ୍କୁ ସାମିଲ କରାଯାଇଛି ଜ୍। ସେମାନେ ବି ଏକା ବେଳକେ ପାଇବେ ଦୁଇଟି କିସ୍ତି ଜ୍ଝ ସେହିପରି ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀଙ୍କୁ ଯୋଜନାରେ ସାମିଲ କରାଯାଇଛି । ୧୮ ତାରିଖ ସୁଦ୍ଧା ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।