ଗଞ୍ଜାମ୍: ଗଞ୍ଜାମରେ ବିଜେଡି ସ୍ଥିତି ଦୁର୍ବଳ ହେଉଛି କହିଲେ ଲତିକା ପ୍ରଧାନ । ଗଞ୍ଜାମ ନେତାଙ୍କୁ ଦାୟିତ୍ଵ ନ ଦେବାରୁ ସଂଗଠନ ଅତି ଦୁର୍ବଳ ହୋଇଯାଇଛି । ବିକ୍ରମ ପଣ୍ଡା ଦାୟିତ୍ଵ ନେବା ପରେ ଧୀରେ ଧୀରେ ରିକଭରି କରୁଥିଲୁ । ନବୀନଙ୍କ ନିଜ ନିର୍ବାଚନ ମଣ୍ଡଳୀ ହେଲେ ବି ସେ ସମୟ ଦେଇପାରି ନାହାଁନ୍ତି । ଗଞ୍ଜାମ ପ୍ରତି ନିରନ୍ତର ଭାବେ ପାତର ଅନ୍ତର ନୀତି ଆପଣା ଯାଉଚି । ନବୀନ ବାବୁଙ୍କ ନଜରକୁ ଆସିବା ଦରକାର ଗଞ୍ଜାମ । ଗୋଟିଏ ଦୁଇଟି ନେତାଙ୍କୁ ରିପିଟ୍ କରାଯାଉଛି, ଅନ୍ୟଙ୍କୁ ଦାୟିତ୍ଵ ଦିଆଯାଉନି । ଶଙ୍ଖ ଭବନରେ ବସୁଥିବା ନେତାଙ୍କୁ ଜଣାଇଛି, କେହି ଦୃଷ୍ଟି ଦେଉନାହାଁନ୍ତି । ଗଞ୍ଜାମ ଜିଲ୍ଲାର ୧୦ଟି କନଫର୍ମ ସିଟ୍କୁ ଜାଣି ଶୁଣି ହରାଇ ଦିଆଗଲା । ସେଥିପାଇଁ ନବୀନ ବାବୁ ଆଜି ମୁଖ୍ୟମନ୍ତ୍ରୀ ପଦବୀରୁ ବଞ୍ଚିତ ହୋଇଛନ୍ତି । ଦଳ ଯେଉଁମାନଙ୍କୁ ଦାୟିତ୍ଵ ଦେଇଥିଲା, ଗଞ୍ଜାମରେ ସେମାନେ ହରାଇଲେ । ନବୀନ ବାବୁ ସୁସ୍ଥ ହୋଇ ଫେରିବା ପରେ ଭେଟିବାକୁ ଯାଇଥିଲି, ସମୟ ଦେଲେନି ।
ଲତିକା ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର କର୍ମକର୍ତ୍ତା ଭାବରେ ସକ୍ରିୟ ଅଛନ୍ତି । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଛନ୍ତି । ୨୦୧୯ରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କବିସୂର୍ଯ୍ୟ ନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।