ମୁମ୍ବାଇ: ରିଲିଜ୍ ହେଲା ସାଉଥ୍ ସୁପର୍ଷ୍ଟାର୍ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଦ ରାଜା ସାବ୍’ । ଏହି ଅବସରରେ ଧମାକାଧାର ଫିଲ୍ମ ଦେଖିବା ପାଇଁ ହଲରେ ଅସମ୍ଭାଳ ଗହଳି ଦେଖିବାକୁ ମିଳିଛି। ଆଜି ସାଉଥ ଷ୍ଟାର ବିଜୟଙ୍କ ଫିଲ୍ମ ଜନ ନାୟକନ ରିଲିଜ ହେବାର ଥିଲା। ମାତ୍ର ହଠାତ୍ ଏହାର ରିଲିଜ ଡେଟ ପୋଷ୍ଟ ଫୋନ କରାଯାଇଛି। ଏଣୁ ଏହାର ସମସ୍ତ ଫାଇଦା ନିଶ୍ଟିନ୍ତ ଭାବେ ଦ ରାଜା ସାବ ଚଳଚ୍ଚିତ୍ରକୁ ମିଳିବ ବୋଲି କୁହାଯାଉଛି। ଆନ୍ଧ୍ର ଓ ତାମିଲନାଡୁ ସମେତ ଅନ୍ଯାନ୍ଯ ଅଞ୍ଚଳେ ମଧ୍ୟ ଏହି ଚଳଚ୍ଚିତ୍ର ପାଇଁ ଏବେ ଦର୍ଶକଙ୍କ ସଂଖ୍ଯା ବଢିବ ବୋଲି କୁହାଯାଉଛି।
![]()
“ଦ ରାଜା ସାବ”ର ପ୍ରଥମ ଦିନର ପ୍ରଥମ ଶୋ’ ଦେଖି ନିଜ ନିଜ ସୋସିଆଲ ମିଡିଆରେ ଫିଲ୍ମ ବିଷୟରେ ନିଜର ମତାମତ ପ୍ରକାଶ କରିଛନ୍ତି । ଦର୍ଶକଙ୍କ ଏକ ଗୋଷ୍ଠୀ ନିର୍ଦ୍ଦେଶକ ମାରୁତି, ଫିଲ୍ମର ଭିଜୁଆଲ୍ସ ଏବଂ ପ୍ରଭାସଙ୍କ ସ୍କ୍ରିନ୍ ପ୍ରେଜେନ୍ସିର ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, “ଦ ରାଜା ସାବ ପ୍ରଥମାର୍ଦ୍ଧ ସମାପ୍ତ ହୋଇଛି… ପ୍ରଭାସଙ୍କ ଗୋଟିଏ ବ୍ୟକ୍ତି ଶୋ । ଦ୍ୱିତୀୟାର୍ଦ୍ଧ ପାଇଁ ଅପେକ୍ଷା କରିଛି । ଦ୍ରୁତ ଗତିରେ ପ୍ରଥମାର୍ଦ୍ଧ ସହ ପ୍ରକୃତରେ ପ୍ରଭାବିତ । ମୁଁ କେବେ ଭାବି ନଥିଲି ଯେ ମୁଁ ଏହା କହିବି, କିନ୍ତୁ ମାରୁତି ଏକ ଭଲ କାମ କରିଛନ୍ତି ।”‘ଦ ରାଜା ସାବ’ ହେଉଛି ପ୍ରଭାସଙ୍କର ପରବର୍ତ୍ତୀ ବଡ଼ ଫିଲ୍ମ । ମାରୁତି ଏହି ଫିଲ୍ମର ନିର୍ଦ୍ଦେଶନା ଦେବା ସହ ଫିଲ୍ମର କାହାଣୀ ମଧ୍ୟ ସେ ହିଁ ଲେଖିଛନ୍ତି । ପ୍ରଭାସଙ୍କ ବ୍ୟତୀତ ନିଧି ଅଗ୍ରୱାଲ, ମାଲବିକା ମୋହନନ ଏବଂ ରିଦ୍ଧି କୁମାର ମୁଖ୍ୟ ଅଭିନେତ୍ରୀ ଭାବେ ଅଭିନୟ କରିଛନ୍ତି । ‘ଦ ରାଜା ସାବ’ ପିପୁଲ୍ ମିଡିଆ ଫ୍ୟାକ୍ଟ୍ରି ବ୍ୟାନରରେ ଟିଜି ବିଶ୍ୱ ପ୍ରସାଦଙ୍କ ଦ୍ୱାରା ପ୍ରଯୋଜିତ । ସିନେମାଟୋଗ୍ରାଫି କାର୍ତ୍ତିକ ପଲାନି କରିଥିବା ବେଳେ ସଙ୍ଗୀତ ଦେଇଛନ୍ତି ଥମନ ଏସ୍ ଏବଂ ଫିଲ୍ମର ନିର୍ମାତା ଅଟନ୍ତି ଟିଜି ବିଶ୍ବ ପ୍ରସାଦ । ଏଥିରେ ସଞ୍ଜୟ ଦତ୍ତ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି ।